ରାଇରଙ୍ଗପୁର/ତିରିଂ: ମୟୂରଭଂଜ ଜିଲ୍ଲା ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଜୁନିଅର ରେଡକ୍ରସ୍, ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଯୟ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ସେଚ୍ଛୋକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସର ଅଧିକାରୀ ସ୍ମୃତି ରଂଜନ ପାଣିଙ୍କ ନେତୃତ୍ବରେ ଓ ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଜ୍ଞେଶ୍ବର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟର ଏସ୍ଡିଏମଓ ରବିନ୍ଦ୍ରନାଥ ମାରାଣ୍ଡି ଏବଂ ଶିବିର ମୋଟିଭେଟର୍ ଭାବେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଇଣ୍ଡିଆନ ରେଡକ୍ରସ୍ ସୋସାଇଟି ମୟୂରଭଂଜ ଶାଖାର ସମ୍ପାଦକ ସୁଶ୍ରୀ ଶ୍ରଦ୍ଧା ସୁମନ, ଜିଲ୍ଲା ଜେଆରସି ସମ୍ପାଦକ ଭଗିରଥୀ ମଲ୍ଲିକ ଓ ବ୍ଲଡ୍ ମୋଟିଭେଟର୍ଯୋ ଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।
ଏହି ଶିବିରରୁ ମୋଟ୍ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରାଇରଙ୍ଗପୁର ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ତୁଷାରକାନ୍ତ ମହାନ୍ତ, ସିଆରସିସି ଅଜିତ୍ ପାହାଡ଼ି, ତପନ କୁମାର ପାତ୍ର, ପ୍ରଭାସ ଚନ୍ଦ୍ର ପାତ୍ର, ରତିକାନ୍ତ ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ସେଠୀ, ଡ ରାଧାକାନ୍ତ ମହାରଣା, ଚନ୍ଦନ କୁମାର ଦାସ, ବିସ୍ମୟ ରଂଜନ ବେହେରା, ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିବା ବେଳେ ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରିଣୀ ଡଃ ସ୍ମିତାଶ୍ରୀ ବିରୁଆ,ଏଲଟି ଦେବବ୍ରତ ଗିରି, ସୁମନ୍ତ ଗିରି, ଅଙ୍କିତା ମହାନ୍ତ, ପବିତ୍ର ମହୋନ ମହାନ୍ତ, ସୁଜାତା ସ୍ୱାଇଁ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।
ଏହି ଅବସରରେ ଅଧିକ ଥର ରକ୍ତଦାନ କରିଥିବା ଓ ଶିବିର ଆୟଜୋନ କରିଥିବା ଗତିକୃଷ୍ଣ ମହାନ୍ତ ଏବଂ ତୁଷାର କାନ୍ତ ମହାନ୍ତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ରକ୍ତଦାତାମାନେ ହେଲେ ବିଇଓ ଜଜ୍ଞେଶ୍ବର ଜେନା, ପ୍ରଧାନଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେଠୀ, ପ୍ରଭାସ ଚନ୍ଦ୍ର ପାତ୍ର, ଗୌର ଚରଣ ମହାଳିକ, ଦେବପ୍ରକାଶ ସେଠୀ, ନିହାର ରଂଜନ ଗୋଚ୍ଛାୟତ, ରାଧାକାନ୍ତ ମାହାନ୍ତ, ପ୍ରିୟା ଦେଓଗାମ, କୃଷ୍ଣଚନ୍ଦ୍ର ନାୟକ, ପଦ୍ମଲୋଚନ ନାୟକ, ରଂଜନ କୁମାର ମହାନ୍ତ, ଅନ୍ତର୍ଯାମୀ ସେଠୀ, ତ୍ରିଦେବ ଶେଖର ସିଂହ, ବିସ୍ମୟ ରଂଜନ ବେହେରା, ତପନ କୁମାର ପାତ୍ର, ଡମ୍ବରୁଧର ସାହୁ, ସରୋଜ କୁମାର ପାତ୍ର, ଚନ୍ଦନ କୁମାର ଦାସ, ଚୁଡାକର୍ଣ ମହାନ୍ତ, ଶରତ ଚନ୍ଦ୍ର ସାହୁ, କୁଆଁର ମୁର୍ମୁ, ଭଗତଲାଲ୍ ସାହୁ, ମନୋଜ କୁମାର ବେଶ୍ରା, ସୁଧାଂଶୁ ରଂଜନ ମହାନ୍ତ, ଗୋପାଳ ପ୍ରିୟଦର୍ଶିନୀ ମହାନ୍ତ, କାହ୍ନୁଚରଣ ଗିରି, ମନରଞନ ପାତ୍ର, ସୁଚିନ୍ତିତ ନରେନ୍ଦ୍ର, ଧନଂଜୟ କାଟପଲି, ଜଗାଇ ସିଂ କାଲୁଣ୍ଡିଆ, ଦିଲ୍ଲୀପ କୁମାର ଜେନା, କିଶୋର କୁମାର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ।