Monday, February 24, 2025
Home ଦେଶ- ବିଦେଶ ଯୁଗ୍ମ ରୌପ୍ୟ ପଦକ ପାଇଁ ଭିନେଶଙ୍କ ଆବେଦନ ଖାରଜ

ଯୁଗ୍ମ ରୌପ୍ୟ ପଦକ ପାଇଁ ଭିନେଶଙ୍କ ଆବେଦନ ଖାରଜ

by
0 comment

୭୮ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ // ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ଦେଖି ମୁଁ ଆନନ୍ଦିତ // ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଲାଲକିଲ୍ଲା ହେଉ, ରାଜ୍ୟର ରାଜଧାନୀ ହେଉ କିମ୍ବା ସ୍ଥାନୀୟ ଅଞ୍ଚଳରେ ତ୍ରିରଙ୍ଗା ଉତ୍ତୋଳନ ଦେଖିବା ଆମ ହୃଦୟକୁ ସବୁବେଳେ ରୋମାଞ୍ଚିତ କରିଥାଏ // ରାଷ୍ଟ୍ରପତି କହିଛନ୍ତି, ଛୋଟ ପିଲାମାନଙ୍କ ସ୍ୱାଧୀନତା ସମ୍ପର୍କିତ ବକ୍ତବ୍ୟରେ ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିଫଳନ ଦେଖିବାକୁ ମିଳିଥାଏ // ଦେଶ ଆଜି ବିଭାଜନର ଭୟାବହତାକୁ ମନେ ପକାଉଛି ଓ ଏହାଦ୍ୱାରା ପ୍ରଭାବିତ ପରିବାର ସହିତ ଆମେ ଛିଡା ହୋଇଛୁ – ରାଷ୍ଟ୍ରପତି // ଚଳିତ ବର୍ଷ ଦେଶରେ ହୋଇଥିବା ସାଧାରଣ ନିର୍ବାଚନର ସଫଳତା ପାଇଁ ନିର୍ବାଚନ ଆୟୋଗଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ // ରାଷ୍ଟ୍ରପତି କହିଛନ୍ତି, ଏତେ ସଂଖ୍ୟକ ଭୋଟରଙ୍କ ମତାଧିକାର ସାବ୍ୟସ୍ତ କରିବା ଆମ ଗଣତାନ୍ତ୍ରିକ ବିଚାରଧାରାର ଅଭୂତପୂର୍ବ ସମର୍ଥନକୁ ପ୍ରତିଫଳିତ କରୁଛି // ଭାରତର ସଫଳ ନିର୍ବାଚନ ପରିଚାଳନା ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ଶକ୍ତିକୁ ସୁଦୃଢ଼ କରିଛି – ରାଷ୍ଟ୍ରପତି ମୁର୍ମୁ // ରାଷ୍ଟ୍ରପତି କହିଛନ୍ତି, ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି // ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ମଧ୍ୟ ଖୁବଶୀଘ୍ର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛୁ – ରାଷ୍ଟ୍ରପତି // କୃଷକ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ, ନୀତି ନିର୍ମାତା ଓ ଉଦ୍ୟମିମାନଙ୍କ ଦୂରଦୃଷ୍ଟି ଏବଂ ଦୂରଦର୍ଶୀ ସମ୍ପନ୍ନ ନେତୃତ୍ୱ ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିଛି – ରାଷ୍ଟ୍ରପତି // ରାଷ୍ଟ୍ରପତି କହିଛନ୍ତି, ଆମର ଅନ୍ନଦାତା କୃଷକମାନେ ଆଶାଠାରୁ ଅଧିକ କୃଷି ଉତ୍ପାଦନ ସୁନିଶ୍ଚିତ କରିଛନ୍ତି ଓ ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିଛନ୍ତି // ଦେଶରେ ଭିତ୍ତିଭୂମିକୁ ଅଧିକ ପ୍ରୋତ୍ସାହନ ମିଳିଛି, ରଣନୀତିକ ଯୋଜନା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସଡ଼କ ଓ ରାଜପଥ, ରେଳପଥ ଏବଂ ବନ୍ଦରର ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରିଛି – ରାଷ୍ଟ୍ରପତି // ରାଷ୍ଟ୍ରପତି କହିଛନ୍ତି, ସରକାର ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତା ଭଳି ଅନେକ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି // ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆମ ରାଜନୈତିକ ଗଣତନ୍ତ୍ରକୁ ଏକ ସାମାଜିକ ଗଣତନ୍ତ୍ରରେ ପରିଣତ କରିବା ଆବଶ୍ୟକ କାରଣ ରାଜନୈତିକ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ ଯଦି ସାମାଜିକ ଗଣତନ୍ତ୍ର ଏହାର ଆଧାର ନ ହୁଏ // ରାଷ୍ଟ୍ରପତି କହିଛନ୍ତି, ଆମ ଯୁବପିଢ଼ିଙ୍କ ଶକ୍ତି ଏବଂ ଉତ୍ସାହ ବଳରେ ହିଁ ଆମ ଦେଶ ନୂତନ ଶିଖରରେ ପହଞ୍ଚିବ // ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ //

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od