ରାଇରଙ୍ଗପୁର: ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଣିଂଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ। ଏଥର ମୟୂରଭଞ୍ଜ ଲୋକସଭା ଆସନରେ ଜୋରଦାର ଫାଇଟ ଦେଖିବାକୁ ମିଳିବ। ଦ୍ବିତୀୟ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଅଞ୍ଜନୀ ସୋରେନ ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ସାଧାରଣ ନିର୍ବାଚନରେ ଅଞ୍ଜାନି ସୋରେନ ମୟୂରଭଞ୍ଜ ଲୋକସଭା ଆସନରୁ ଜେଏମ୍ଏମ୍ ପ୍ରାର୍ଥୀ ଭାବରେ ଲଢିଥିଲେ। ସେ ୧,୩୫,୫୫୨ ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜେପିର ବିଶେଶ୍ବର ଟୁଡୁ ୪ ଲକ୍ଷ ୮୩ ହଜାର ୮୧୨ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ୪ ଲକ୍ଷ ୩୫ ହଜାର ୫୫୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୯ ରେ ମୟୂରଭଞ୍ଜ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା।
୨୦୧୪ ଲୋକସଭା ନିର୍ବାଚନରେ ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା ଜେଏମଏମ। ୧୭୨୯୮୫ ଭୋଟ ପାଇଁ ଦଳ ତୃତୀୟ ସ୍ଥାନରେ ରହିବା ସହ ପରଜାତି ହୋଇଥିଲା। ବିଜେଡିର ରାମଚନ୍ଦ୍ର ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ଜେଏମଏମରୁ ସୁଦାମ ମାରାଣ୍ଡି ପ୍ରାର୍ଥୀ ହୋଇଥିଲେ। ୧,୯୦,୪୭୦ ପାଇଁ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜେଡିର ଲକ୍ଷ୍ମଣ ଟୁଡୁ ସେହି ସମୟରେ ବିଜୟୀ ହୋଇଥିଲେ। ଲଗାତାର ତିନୋଟି ନିର୍ବାଚନ ଲଢି ଜେଏମଏମ ପରାଜିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଦଳ ବିଜୟୀ ହେବ ବୋଲି ଆଶାବାଦୀ। ପୁଣି ଥରେ ଅଞ୍ଜନୀ ସୋରେନଙ୍କ ଉପରେ ଭରସା କରିଛି ଦଳ। ଏହି ଆସନ ଚଳିତ ନିର୍ବାଚନରେ କାହା ଖାତାକୁ ଯାଉଛି ତାଉପରେ ସମସ୍ତଙ୍କ ନଜର। ବର୍ତ୍ତମାନ ସୁଦ୍ଧା ଏହି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।