Friday, February 21, 2025
Friday, February 21, 2025
Home Home Left ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ସଭାପତି ଘୋଷଣା

ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ସଭାପତି ଘୋଷଣା

by
0 comment

ବାରିପଦା,୬।ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନୂତନ ମୟୂରଭଞ୍ଜ ଜିଲା କମିଟି ଘୋଷିତ ହୋଇଛି। ସ୍ଥାନୀୟ ରଘୁନାଥପୁରସ୍ଥିତ ମଣ୍ଡପରେ ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନଙ୍କ ପୌରହିତ୍ୟରେ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇ ନାମ ଘୋଷଣା କରାଯାଇଛି। ଜିଲା ସଭାପତି ଭାବେ କୃଷ୍ଣଚନ୍ଦ୍ର ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପ ସଭାପତି ଭାବେ ଘନଶ୍ୟାମ ପିଙ୍ଗୁଆ ଓ ରାଜା ହେମ୍ବ୍ରମ, ସମ୍ପାଦକ ଭାବେ ଶୈଳେନ୍ଦ୍ର ହେମ୍ବ୍ରମ, ସହ ସମ୍ପାଦକଭାବେ ଅଜିତ୍‌ ସେଜପଡ଼ା ଓ ଚୈତନ୍ୟ ପ୍ରସାଦ ମାର୍ଣ୍ଡି, ସାଙ୍ଗଠନିକ ସମ୍ପାଦକଭାବେ ଭୁବନ ଟୁଡୁ, ପ୍ରବକ୍ତାଭାବେ ସନ୍ତୋଷ ମୁର୍ମୁ ଓ କୋଷାଧ୍ୟକ୍ଷ ଭାବେ ଶଙ୍ଖ ଚରଣ ମାଝୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ନୂତନ ପଦାଧିକାରୀମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ ମୟୂରଭଞ୍ଜ ଜିଲାରେ ଜେଏମ୍‌ଏମ୍‌କୁ ତୃଣମୂଳସ୍ତରରେ ସଂଗଠିତ କରିବା ପାଇଁ ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତସ୍ତରରେ କମିଟି ଗଠିତ ହେବ ବୋଲି ଜିଲା ସଭାପତି ଦାସ କହିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od