କଟକ: ଆଗ୍ରାହାଟରୁ ବାହାରି ମୋ ବସ କଟକ ଆସୁଥିବାବେଳେ ଅଘଟଣ। ହଠାତ ମୋ ବସରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଅଘଟଣ ପରେ ସମସ୍ତ ଯାତ୍ରୀ ବସ ଭିତରୁ ବାହାରି ଆସିଥିବାବେଳେ ସେମାନେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଆଜି ଆଗ୍ରାହାଟରୁ ବାହାରି ମୋ ବସ କଟକ ଆସୁଥିବାବେଳେ ଜଗତପୁର ଥାନା ବିରୂପା ବ୍ୟାରେଜ ନିକଟରେ ଅଚାନକ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ହଠାତ ଗାଡ଼ିରେ ପ୍ରଚଣ୍ଡ ଶବ୍ଦ ହୋଇ ଧୂଆଁ ବାହାରିଥିଲା। ସେନସର ଗେଟ୍ ନ ଖୋଲିବାରୁ ଯାତ୍ରୀମାନେ ଝରକାବାଟେ ବାହାରିଥିଲେ। ତେବେ ସମସ୍ତ ଯାତ୍ରୀ ବସରୁ ବାହାରିଥିବା ଜଣାପଡ଼ିଛି। ଅପରପକ୍ଷରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିବାବେଳେ ମୋ ବସରେ ଲାଗିଥିବା ନିଆଁକୁ ଆୟତ୍ତ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।