Saturday, February 22, 2025
Saturday, February 22, 2025
Home ନିଉଜ ଆଲର୍ଟ ମୋ ପିଲାଦିନେ,  ସାତଦିନ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ-ଏମତି ଥିଲା ସେ ସମୟର…

ମୋ ପିଲାଦିନେ,  ସାତଦିନ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ-ଏମତି ଥିଲା ସେ ସମୟର…

by
0 comment

ପାତ୍ରପୁର- ପ୍ରଥମ ସ୍ଵାଧୀନତା ଦିବସ ପାଳନ ବେଳେ ପଲ୍ଲୀ ଠାରୁ ଦିଲ୍ଲୀ ସାତଦିନ ଉତ୍ସବ ମୁଖରିତ ହୋଇ ଥିଲା , ପ୍ରଥମ ସ୍ୱାଧୀନତା ଦିବସକୁ ପାଳନ କରିଥିବା ପୂର୍ବତନ ବାଚସ୍ପତି ଚିନ୍ତାମଣିଦ୍ୟାନ ସାମନ୍ତରା ନିଜର ଅନୁଭୂତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ,” ଅଗଷ୍ଟ ନଅ ତାରିଖ ରେ ଗ୍ରାମ ଓ ସହରର ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଦାଣ୍ଡରେ ଡେଙ୍ଗୁରା ବାଜିବା ଶବ୍ଦ ଶୁଣି କାରଣ ଜାଣିପାରି ନଥିଲୁ ।ସ୍କୁଲରେ ଶିକ୍ଷା ଦେଉଥିବା ଉଡ଼ିସି ଅବଧାନେ ଡେଙ୍ଗୁରା ବଜାର କରଣ ଅନୁଧ୍ୟାନ କରି ପିଲାଙ୍କୁ ଦେଶ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନ ହେବ ଏଥିପାଇଁ ବିଦ୍ୟାଳୟ ସାତ ଦିନ ବନ୍ଦ ରହିବା ଘୋଷଣା କରିଥିଲେ।ତେବେ ସ୍ବାଧୀନତା ଦିବସ କଣ ସେ ସମ୍ପର୍କରେ କୌଣସି ପିଲା ଜାଣି ନଥିବା ବେଳେ ଛୁଟି କୁ ନେଇ ଖୁସି ହୋଇ ଥିଲୁ। ଘରକୁ ଫେରିବା ବେଳେ ଆମ ଦାଣ୍ଡରେ ବାପା(ନନା) ଗୋବିନ୍ଦ ଦ୍ୟାନ ସାମନ୍ତରା ଙ୍କ ସମେତ ବହୁ ଲୋକ ରୁଣ୍ଡ ହୋଇ ବ୍ରିଟିଶ ଶାସନ ହଟିବ ଦେଶ ସ୍ଵାଧୀନତା ପାଇବ ନିଜେ ନିଜର ଶାସନ ଭାର ଗ୍ରହଣ କରି ଦୁଃଖ ହଟିବା ସହ ଦେଶ ପ୍ରଥମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି କିଭଳି ଗ୍ରାମ ରେ ପାଳିତ ହେବ ସେ ସମ୍ପର୍କରେ ଆଲୋଚନା ଚଳାଇ ଥିଲେ।ତେବେ ବାପା ଘରକୁ ଆସିବା ପରେ ସ୍ବାଧୀନତା ସମ୍ପର୍କରେ କହିବା ପରେ ଆତ୍ମହରା ହେବା ସହ ଆପେ ଆପେ ନାଚି ଉଠିଥିଲୁ ।

ପରଦିନ ସହପାଠୀ ମାନଙ୍କୁ ଏକାଠି କରି ଏହି ବିଷୟ କହିବା ପରେ ସମସ୍ତେ ଖୁସି ହୋଇ ନାଚି ଏହି ଦିବସ ପାଳନ ରେ ସାମିଲ ହେବା ସ୍ଥିର କରିଥିଲେ। ଏ ମଧ୍ୟରେ ୭୮ବର୍ଷ ବିତିବାକୁ ବସିଥିବା ବେଳେ କୋଣେ ଅନୁକୋଣେ ଏହି ପବିତ୍ର ଦିବସ ପାଳନ କରାଯାଉଥି । ସେ ସମୟରେ ତୃତୀୟ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ପ୍ରଥମ ସ୍ୱାଧୀନତା ଦିବସ ପାଳନ ର ପ୍ରତ୍ୟେକ ମୂହୁର୍ତ୍ତ ଆଜି ମଧ୍ୟ ମନେ ପଡ଼ୁଥିବା ବେଳେ ସେହି ସମୟରେ ଲୋକଙ୍କ ମଧ୍ୟରେ ଥିବା ଆତ୍ମିୟତା ରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ଶ୍ରୀ ସାମନ୍ତରା ପ୍ରକାଶ କରିଛନ୍ତି।ଦେଶ ମହାତ୍ମା ଗାନ୍ଧୀ ଙ୍କ ଠାରୁ ଆରମ୍ଭ କରି ବହୁ ମହାନ୍ ମହାପୁରୁଷଙ୍କ ଉଦ୍ୟମରେ ବ୍ରିଟିଶ ଶାସନ କବଳରୁ ମୁକ୍ତ ପାଇଥିଲା।

ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ସମେତ ଚିକିଟି ଅଞ୍ଚଳର ତ୍ୟାଗୀ ଦିବାକର ପଟ୍ଟନାୟକ ଗାନ୍ଧୀ, କୃଷ୍ଣ ମୂର୍ତ୍ତି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଙ୍କ ସହ ବହୁ ବ୍ୟକ୍ତି ଆନ୍ଦୋଳନ ରେ ସାମିଲ ଥିଲେ।ପ୍ରଥମ ସ୍ୱାଧୀନତା ଦିବସ ପାଳନ ବେଳେ ସପ୍ତାହ ବ୍ୟାପୀ ଏହି ଦିବସ ପାଳନ ବେଳେ ଗ୍ରାମ ଉତ୍ସବ ମୁଖରିତ ହୋଇଥିଲା। ଖାଦ୍ୟାଭାବ ସତ୍ୱେ ପ୍ରତି ଗ୍ରାମ ମାନଙ୍କରେ ସାତଦିନ ଲାଗି ମିଠା ପ୍ରସ୍ତୁତ କରି ବାଣ୍ଟିବା ସହ ବାଣ ଫୁଟାଇ ଶଙ୍ଖ ଭେରୀ ତୂରୀ ସହିତ କୀର୍ତ୍ତନ ବାଦ୍ୟ ବାଜଣା ପଙ୍କ୍ତି ଭୋଜନ କରି ଲୋକମାନେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କୀ ଜୟ, ରଘୂପତି ରାଘବ ରାଜା ରାମ ପତିତ ପାବନ ସୀତାରାମ ନାରା ଦେଇ ଥିଲେ। ସଞ୍ଜ ନଇଁବା ପରେ ଗ୍ରାମରେ ପେଟ୍ରମାକ୍ସ ଲାଇଟ ଲଗାଇ ଉତ୍ସବ ପାଳନ ବେଳେ ବହୁ ବିଜ୍ଞ ବ୍ୟକ୍ତି ଏକାଠି ହୋଇ ବ୍ରିଟିଶ ରାଜତ୍ଵ ର ଦୁଃଖ ବର୍ଣ୍ଣନା କରିବା ସହ ସ୍ଵାଧୀନ ପରେ ପରିବର୍ତନ ହେବା ନେଇ ବୁଝାଇ ଥିଲେ।

ସେହି ସମୟରେ ଗୋଟିଏ ଦଳ ଦେଶରେ ଥିବା ବେଳେ ପରବର୍ତ୍ତୀ ସମୟରେ କିଛି ବାମପନ୍ଥୀ ଦଳ ଗଢ଼ାଯାଇଥିଲା। ଚିକିଟି ଅଞ୍ଚଳ ଟି ମାଡ୍ରାସ ପ୍ରେସିଡେଣ୍ଟ ଅଧୀନରେ ଥିଲା। ଚିକିଟି ଅଞ୍ଚଳରେ ତିନିଗୋଟି ରାଜା ଚିକିଟି, ସୂରଙ୍ଗୀ, ଜରଡ଼ା ରହି ଥିବା ବେଳେ ବର୍ତ୍ତମାନ ଆନ୍ଧ୍ରରେ ଥିବା ମଞ୍ଜୁସା ଟେକିଲୀ ସମେତ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମଧ୍ୟ ରହିଥିଲା। ଏହି ସବୁ ଅଞ୍ଚଳର ଲୋକମାନେ କୋର୍ଟ କଚେରି ଠାରୁ ଭୂମି ରେଜିଷ୍ଟ୍ରେସନ୍ ନିମନ୍ତେ ଇଚ୍ଛାପୁର ଠାରେ କାର୍ଯ୍ୟାଳୟ ଥିବା ବେଳେ ପୋଲିସ ଷ୍ଟେସନ ମୁଖ୍ୟ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ଠାରେ ରହିଥିଲା। ଇଚ୍ଛାପୁର ରୁ ରେଳ ସେବା ମିଳୁଥିବା ବେଳେ ଅଞ୍ଚଳର କେବଳ ଗଡ ଜାତ କୁ ରାସ୍ତା ନିର୍ମାଣ ହୋଇଥିଲା । ଚୌଧୁରୀ ବସା ରେ ରହି ଲୋକମାନେ ଯାତ୍ରା କରୁଥିଲେ।ଖାଦ୍ୟ ପାଇଁ ବହୁ ଲୋକ ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ସହ ଶୁଖୁଆ ବ୍ୟବହାର କରୁଥିଲେ।ବିଭିନ୍ନ ଜମି ଜମା ବିବାଦ ବେଳେ ଅଧିକାରୀ ମାନେ ଘୋଡାରେ ଚଢ଼ି ଅଞ୍ଚଳ ଗସ୍ତ କରୁଥିଲେ।ପିଲାଙ୍କ ପାଠ ପଢା ପାଇଁ ଗ୍ରାମ ମାନଙ୍କରେ ଧନୀକ ଶ୍ରେଣୀର ଲୋକଙ୍କ ସହାୟତାରେ ଉଡ଼ିଶି କରଣ ନିଯୁକ୍ତି କରି ମନ୍ଦିରବାରଣ୍ଡା ଚାଳଘର କରି ଗୋପିଭାସା ଗୁଣ ସାଗର ଏବଂ ତାଳ ପତ୍ର ବହିରେ ପାଠପଢା ଚାଲି ଥିଲା।

ଚାଷୀ ମହାଜନ ଙ୍କ ଜମି ଚାଷ କରି ଆଦାୟ ପରେ ଖଳାରୁ ପୁଣି କରଜ ନେଇ ଗୋତି ଶ୍ରମିକ ଭଳି କାର୍ଯ୍ୟ କରୁଥିଲେ। ବ୍ରିଟିଶ ଜିନିଷ ବର୍ଜନ ନିଷ୍ପତି ହୋଇ ଥିବା ବେଳେ କୁଟୀର ଶିଳ୍ପ ର ଜିନିଷ ନିଅଣ୍ଟ ହେବା ବେଳେ ଲୋକ ଙ୍କ ପରିଧାନ ଚିରି ଗଲେ ମାହାଲା କମିଟି ପକ୍ଷରୁ ସ୍ଥାପିତ କଣ୍ଟ୍ରୋଲ ଦୋକାନ ରେ ସେହି ଚିରା ଫଟା ବସ୍ତ୍ର ଦେଖାଇଲେ ମାସକପରେ ନୂତନ ବସ୍ତ୍ର ଯୋଗା ଯାଉଥିଲା। ଅଞ୍ଚଳରେ ବସ୍ତ୍ର ମାଟିପାତ୍ର କଂସାବାସନ ତୈଳ ଆଦାୟ ଭଳି ବହୁ ଜିନିଷ କୁଟୀର ଶିଳ୍ପ ମାଧ୍ୟମ ରେ କିଛି ପରିମାଣରେ ଚାହିଦା ପୂରଣ ହେଉଥିବା ବେଳେ ଛୁଞ୍ଚି ପାଇଁ ବିଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା।ବିପତ୍ତି ସମୟରେ ଭାଇ ଚାରା ର ନିର୍ଦ୍ଦେଶନ ଦେଖିବାକୁ ମିଳୁଥିବା ବେଳେ ମଦ୍ୟପ ମାନଙ୍କୁ ସମାଜରେ ଘୃଣା ଭାବ ଦେଖି ମଦ ପିଇ ଥିବା ବ୍ୟକ୍ତି ମୁଣ୍ଡରେ ଲୁଗା ପକାଇ ଘରକୁ ଫେରୁ ଥିଲେ।

ପୂର୍ବରୁ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଥିବା କିଛି ଅଞ୍ଚଳ ଆନ୍ଧ୍ର ପ୍ରଦେଶ ରେ ସାମିଲ ହୋଇ ରହିଛି। ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇଥିବା ବେଳେ ପୂର୍ବ ଭଳି ଭାଇ ଚାରା ର ନିର୍ଦ୍ଦେଶନ ହଜି ଯିବାକୁ ବସି ଥିବା ଲକ୍ଷ୍ୟ କରିବାକୁ ମିଳିଥିବା ପୂର୍ବତନ ବାଚସ୍ପତି ତଥା ବରିଷ୍ଟ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନ ସାମନ୍ତରା ପିଲା ବେଳର ଅନୁଭୂତି ବର୍ଣ୍ଣନା କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od