ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ବଡ ବୟାନ ଦେଇଛନ୍ତି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି, ଏହା ଭାରତବାସୀଙ୍କ ବିଜୟ। ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏକୁ ଏହି ଜନସମର୍ଥନ ପାଇଁ ମୁଁ ମୋଦୀଜୀ, ସମସ୍ତ ବରିଷ୍ଠ ନେତା ଏବଂ ଆମର ବିଶ୍ୱସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି ।
ସୂଚନାଯୋଗ୍ୟ ଯେ ଆଜି ପ୍ରକାଶିତ ନିର୍ବାଚନ ଫଳାଫଳରେ ( ରାତି ୧୧ଟା ସୁଦ୍ଧା ) ବିଜେପି ନେତୃତ୍ବାଧୀନ ଏନଡିଏ ୨୯୩ଟି ଆସନ ଜିତିଥିବାବେଳେ ( କିମ୍ବା ଆଗୁଆ ଥିବାବେଳେ) କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ୨୩୨ଟି ଆସନରେ ବିଜୟୀ ( କିମ୍ବା ଆଗୁଆ) ରହିଛି । ବିଜେପି ୨୪୦ଟି ଆସନ ଜିତିଥିବାବେଳେ କଂଗ୍ରେସ ୯୯ଟି ଆସନରେ ବିଜୟ ହାସଲ କରିଛି ।