
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଏମିତି କିଛି କଥା ଉଲ୍ଲେଖ କରିଥିଲେ ଯାହାକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱାଧୀନତା ପରଠାରୁ ଦେଶ ସାମ୍ପ୍ରଦାୟିକ ନାଗରିକ ସଂହିତାରେ ଚାଲିଛି। ଏବେ ଦେଶକୁ ଧର୍ମନିରପେକ୍ଷ ନାଗରିକ ସଂହିତା ଦେବାର ସମୟ ଆସିଛି। ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ ପାଇଁ ସେ ସମର୍ଥନ କରିଥିଲେ।
ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ମୋଦଙ୍କ ବୟାନ ଉପରେ ବର୍ଷିଛନ୍ତି। ସିବଲ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ସ୍ୱାଧୀନତା ଦିବସରେ ଏଭଳି ବୟାନ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ପ୍ରଧାନମନ୍ତ୍ରୀ ଏଭଳି ବୟାନ ନିଜସ୍ଵ। ଆଜି ଯେତେବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଛୁ, ମୁଁ ଭାବୁଛି ବିଭାଜନକାରୀ ଭାବରେ ଦେଖାଯାଉଥିବା ଏଭଳି ବୟାନର ଜବାବ ଦେବାର ଆବଶ୍ୟକତା ନାହିଁ।