Saturday, February 1, 2025
Home Home ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ‘ସ୍ବଚ୍ଛ ଭାରତ ମିଶନ’ ବଞ୍ଚାଇଛି ୭୦ ହଜାର ନବଜାତକଙ୍କ ଜୀବନ, ଷ୍ଟଡିରେ ଦାବି

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ‘ସ୍ବଚ୍ଛ ଭାରତ ମିଶନ’ ବଞ୍ଚାଇଛି ୭୦ ହଜାର ନବଜାତକଙ୍କ ଜୀବନ, ଷ୍ଟଡିରେ ଦାବି

by
0 comment

ନୂଆଦିଲ୍ଲୀ,୬।୯: ଏକ ଅଧ୍ୟୟନରେ କୁହାଯାଇଛି ଯେ ନରେନ୍ଦ୍ର ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ପ୍ରତିବର୍ଷ ୬୦ରୁ ୭୦ହଜାର ନବଜାତ ଶିଶୁଙ୍କ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିଛି। ସାଇଣ୍ଟିଫିକ ରିପୋର୍ଟସ ନାମକ ଏକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ସ୍ବଚ୍ଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ବ୍ୟବହାର ବୃଦ୍ଧି ଏବଂ ୨୦୦୦ ରୁ ୨୦୨୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ ପାଇଛି।
ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଆମେରିକାର ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ୨୦ ବର୍ଷ ମଧ୍ୟରେ ୩୫ ଟି ରାଜ୍ୟ / ୟୁନିଅନ ଟେରିଟୋରି ଏବଂ ୬୦୦ରୁ ଅଧିକ ଜିଲାକୁ ଜାତୀୟ ସ୍ତରରେ ବିଶ୍ଳେଷଣ କରିଛନ୍ତି। ଅଧ୍ୟୟନ ଅନୁଯାୟୀ, ଜିଲ୍ଲା ସ୍ତରରେ ଶୌଚାଳୟ ବ୍ୟବହାରରେ ୧୦ପ୍ରତିଶତ ଉନ୍ନତି, ଶିଶୁ ମୃତ୍ୟୁ ହାରରେ ୦.୯ପଏଣ୍ଟ ହ୍ରାସ ଏବଂ ପାଞ୍ଚ ବର୍ଷରୁ କମ ମୃତ୍ୟୁ ହାରରେ ୧.୧ ପଏଣ୍ଟ ହ୍ରାସ ଘଟିଛି।
ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ ଭାରତରେ ଶୌଚାଳୟ ବ୍ୟବହାର ଏବଂ ଶିଶୁ ମୃତ୍ୟୁ ମଧ୍ୟରେ ଏକ ବିପରୀତ ସମ୍ପର୍କ ଅଛି। ସେ କହିଛନ୍ତି ଯେ ଯଦି ଗୋଟିଏ ଜିଲାରେ ଶୌଚାଳୟ କଭରେଜରେ ୩୦ପ୍ରତିଶତ କିମ୍ବା ଅଧିକ ଉନ୍ନତି ହୁଏ ତେବେ ଶିଶୁ ମୃତ୍ୟୁ ହାର କମିଯାଏ। ଅଧ୍ୟୟନ ଅନୁଯାୟୀ, ଜାତୀୟ ପରିମଳ କାର୍ଯ୍ୟକ୍ରମ ଯୋଗୁଁ ଏହି ଉନ୍ନତି ଘଟିଛି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od