Monday, February 24, 2025
Home ଆମ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା-ଭୁବନେଶ୍ବର-ପୁରୀ ରାସ୍ତା ହେବ ୬ ଲେନ୍, ୧୮୦୦୦ କୋଟି ବ୍ୟୟ ଅଟକଳ​‌

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା-ଭୁବନେଶ୍ବର-ପୁରୀ ରାସ୍ତା ହେବ ୬ ଲେନ୍, ୧୮୦୦୦ କୋଟି ବ୍ୟୟ ଅଟକଳ​‌

by
0 comment

ଭୁବନେଶ୍ବର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯାଏଁ ସର୍ଭିସ ରୋଡ୍ ହେବ । ବର୍ତ୍ତମାନ ୪ ଲେନ୍ ବିଶିଷ୍ଟ ଥିବା ଭୁବନେଶ୍ବର-ପୁରୀ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ ।   ୬ ଲେନ ରାସ୍ତା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ପୁରୀ-ଭୁବନେଶ୍ବର ରାସ୍ତା ପାଇଁ ୧୮୦୦କୋଟି ଖର୍ଚ୍ଚ ହେବ। ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ୮ଲେନ ହେବ। ପ୍ରାୟ ୨ଶହ କିଲୋମିଟର ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ୮ ଲେନ କରାଯିବ। ଏହି ରାସ୍ତା ୮ଲେନ ରାସ୍ତା ହେବା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ୫୭ ହେବ ୪ ଲେନ। ୪ ଲେନ ସହ ସର୍ଭିସ ରୋଡ ମଧ୍ୟ ରହିବ। ଏଥିପାଇଁ ୧୧ଶହ କୋଟି ଖର୍ଚ୍ଚ ହେବ।

କେସିଙ୍ଗା-ଜୁନାଗଡ଼ ଜାତୀୟ ରାଜପଥ-୨୬ ମଧ୍ୟ ୪ ଲେନ ହେବ। କେସିଙ୍ଗା ଜୁନାଗଡ଼ ୬ ଲେନ ରାସ୍ତା ପାଇଁ ୧ ହଜାର କୋଟି ଖର୍ଚ୍ଚ ହେବ।  କେସିଙ୍ଗା-ଜୁନାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି ମିଳିଛି । ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od