ଭୁବନେଶ୍ବର: ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଗୃହରକ୍ଷୀଙ୍କ ସଂଖ୍ୟା୨,୪୧୬ରୁ ୫ ହଜାରକୁ ବୃଦ୍ଧି କରାଯିବ। ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସେ ଏନେଇ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାରେ ଗୃହରକ୍ଷୀ ଭାଇମାନେ ଭଲ କାମ କରୁଛନ୍ତି। ସେମାନଙ୍କର ଆର୍ଥିକ ସହାୟତା ରାଶି ବି ବୃଦ୍ଧି କରାଯିବ।
ମୁଖ୍ୟମନ୍ତ୍ରୀ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇଦେବା ଲାଗି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ)ର ଲୋକାର୍ପଣ କରିଛନ୍ତି। ଆଜି ଏହି ସେବା ପ୍ରଦାନକାରୀ ୩୦ଟି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକ ଓ ଭୁବନେଶ୍ୱର କମିଶନରେଟ୍ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ।
ଆଜି କମିଶନରେଟ ପୁଲିସ ପକ୍ଷରୁ ଇଆରଏସଏସ ସେବା ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏଣେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇଦେବା ଲାଗି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ)ର ଲୋକାର୍ପଣ କରିଛନ୍ତି। ଆଜି ଏହି ସେବା ପ୍ରଦାନକାରୀ ୩୦ଟି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକ ଓ ଭୁବନେଶ୍ୱର କମିଶନରେଟ୍ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ।