ମୁଖ୍ୟମନ୍ତ୍ରୀଙ୍କ କ୍ୟାପିଟାଲ୍ ହସ୍ପିଟାଲ୍ ପରିଦର୍ଶନ: ‘ଆହୁରି ଆଧୁନିକୀକରଣ କରାଯିବ’
ରାତିରେ ରୋଗୀଙ୍କ ଯତ୍ନ ନେଇ ପଚାରି ବୁଝିଲେ, ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସହିତ ଆଲୋଚନା କଲେ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଥିବା ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ବୁଝିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାତିରେ ରୋଗୀଙ୍କ ଯତ୍ନ ନେଇ ପଚାରି ବୁଝିଲେ
ରୋଗୀ ସେବାରେ ଅଧିକ ଉନ୍ନତି ଆଣିବା ଓ ଅଧିକ ସମ୍ବେଦନଶୀଳ ହେବାକୁ ପରାମର୍ଶ
ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସହିତ ଆଲୋଚନା କଲେ
କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ନିର୍ଦ୍ଦେଶକ ଡା. ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ମଜୁରି ସମ୍ପର୍କରେ ବୁଝିଥିଲେ। ନୂଆ ବର୍ଦ୍ଧିତ ମଜୁରି ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ। ରୋଗୀ ସେବା ପରି ଏକ ମହାନ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ୱ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।