ଭୁବନେଶ୍ବର: ପ୍ରଶାନ୍ତ ଜଗଦେବ ବିଧାୟକ ନୁହେଁ, ସେ ବିଜେପିର ଜଗୁଆଳୀ। ଆଜି ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ ପୂର୍ବରୁ ଏଭଳି କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି, ଆଜି ବିଜେପିର ପ୍ରତିଟି ଓଡ଼ିଶାବାସୀଙ୍କ ପାଇଁ ଦୀପାବଳି। ଓଡ଼ିଶାର ପ୍ରତି ଘରେ ବିଜେପିର ପତାକା ଲଗାଇବାକୁ ଦଳ କର୍ମୀମାନଙ୍କୁ କହିଛି। ମୁଁ ବାସ୍ନା ବାରିବା ପରେ ଜାଣିଥିଲି ଯେ ଏଥର ଓଡ଼ିଶାରେ ବିଜେପି ସରକାର। ବିଜେପିର ସମସ୍ତ ମୋର୍ଚ୍ଚା ଓ ଆମର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ଖୁସି ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ମନ୍ତ୍ରୀ ପଦ ପାଇଁ ଆଶାୟୀ କି ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି, ମନ୍ତ୍ରୀ ହେଲେ କାମର ସୀମା ରହିବ। ମୁଁ ଭାରତୀୟ ଜନତା ପାର୍ଟିର ସୈନିକ। ମୁଁ ବିଜେପିର ଜଗୁଆଳୀ ହୋଇ କାମ କରିବି।