Saturday, February 1, 2025
Home bjp ‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ

‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ

by
0 comment

ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ଗୃହର ବିରୋଧୀ ଦଳ ନେତା ଅଚାନକ ଭାବୁକ ହୋଇଯାଇଥିଲେ । ପରେ ପୁଣି ବର୍ଷିଥିଲେ । ଭାଜପା ନେତା ଘନଶ୍ୟାମ ତିୱାରୀ ମଙ୍ଗଳବାର ରାଜ୍ୟସଭାରେ ଖଡ଼ଗେଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ, ସେ ପରିବାରବାଦରୁ ରାଜନୀତିକୁ ଆସିଛନ୍ତି। ଯାହାକୁ ନେଇ ଖଡ଼ଗେ ମର୍ମାହତ ହୋଇଥିବା କହିଛନ୍ତି ।

ପରିବାରବାଦ ଅଭିଯୋଗରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଗତକାଲି ମୁଁ ଗୃହରେ ନଥିବା ବେଳେ ଘନଶ୍ୟାମ ତିୱାରୀ ଏକ ସମସ୍ୟା ଉଠାଇଥିଲେ। ରାଜନୀତିରେ ଏହା ମୋର ପ୍ରଥମ ପିଢ଼ି । ମୋ ବାପା ରାଜନୀତିରେ ନଥିଲେ। ମା ମଧ୍ୟ ନଥିଲେ । ବାପା ମୋତେ ବଢ଼ାଇଛନ୍ତି । ମୁଁ ତାଙ୍କ ଆଶୀର୍ବାଦ ସହିତ ଏଠାରେ ପହଞ୍ଚିଛି । ମୋର ୮୫ ବର୍ଷ ଅତୀତ ଅତିବାହିତ ହୋଇସାରିଲାଣି ।

ତେବେ ଏହାକୁ ନେଇ ରାଜ୍ୟ ସଭା ଚେୟାରମ୍ୟାନ ଜଗଦୀପ ଧନଖର କହିଛନ୍ତି ଯେ ଆପଣ ଅଧିକ ଦିନ ବଞ୍ଚିବେ । ଖଡ଼ଗେ କିନ୍ତୁ କହିଛନ୍ତି, ’ବାଚସ୍ପତି, ମୁଁ ଆଉ ଏହି ପରିବେଶରେ ବଞ୍ଚିବାକୁ ଚାହେଁ ନାହିଁ। ମୁଁ ଖରାପ ଅନୁଭବ କଲି ଯେ ତିୱାରୀ କହିଛନ୍ତି ଯେ ମୁଁ ପରିବାରବାଦରୁ ଆସିଛି । ମଲ୍ଲିକାର୍ଜୁନା ହେଉଛି ଶିବଙ୍କ ନାମ । ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ ନାମ । ବୁଝି ବିଚାରି ମୋ ବାପା ଏହି ନାମ ଦେଇଥିଲେ । କିନ୍ତୁ ମୁଁ ମୋ ପରିବାରରୁ ଏକାକୀ ରାଜନୀତିକୁ ଆସିଛି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od