Monday, February 24, 2025
Home Latest ମିଳୁନି ମୌଳିକ ସୁବିଧା: ରାଉରକେଲା ଉପାନ୍ତ ଅଞ୍ଚଳବାସୀଙ୍କ ଭୋଟବର୍ଜନ ଚେତାବନୀ

ମିଳୁନି ମୌଳିକ ସୁବିଧା: ରାଉରକେଲା ଉପାନ୍ତ ଅଞ୍ଚଳବାସୀଙ୍କ ଭୋଟବର୍ଜନ ଚେତାବନୀ

by
0 comment

ମିଳୁନି ମୌଳିକ ସୁବିଧା: ରାଉରକେଲା ଉପାନ୍ତ ଅଞ୍ଚଳବାସୀଙ୍କ ଭୋଟବର୍ଜନ ଚେତାବନୀ

ରାଉରକେଲା: ବର୍ଷ ବର୍ଷ ଧରି ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ସହର ଉପାନ୍ତ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ଚରମବାଣୀ ଶୁଣାଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଲୋକସଭା ଓ ବିଧାନସଭାରେ ଭୋର୍ଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।  ବରଟୋଲି ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଲୋକ ଏକାଠି ହୋଇ ଏକ ସଭାର ଆୟୋଜନ କରିଥିଲେ। ବରଟୋଲି ବିକାଶ ସମିତି ପକ୍ଷରୁ ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ। ଜିଲ୍ଲାପ୍ରଶାସନର ଭୂମିକାକୁ ନେଇ ଖୁବ୍‌ ବର୍ଷିଥିଲେ। ସେମାନେ କହିଛନ୍ତି ଜାମସେରା ପଞ୍ଚାୟତ ଅଧୀନସ୍ଥ ବରଟୋଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୫୦୦ରୁ ଅଧିକ ମତଦାତା ବସବାସ କରୁଛନ୍ତି। ବର୍ଷ ବର୍ଷ ଧରି ରାସ୍ତା ଦୟନୀୟ ଅବସ୍ଥାରେ ରହିଛି। ମାତ୍ର ୧୦ ମିଟର ଦୂର ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳର ବିକାଶ ହେଉଛି। ବରଟୋଲି ଓ ଏହାର ଆଖପାଖକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ବାରମ୍ବାର ଲିଖିତି ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ଜନପ୍ରତିନିଧି ଅଞ୍ଚଳର ବିକାଶକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି। ପରିବହନ କୌଣସି ବ୍ୟବସ୍ଥା ନାର୍ହି। ସୁରକ୍ଷା ଦୃଷ୍ଟିରୁ ପୁଲିସ ଫାଣ୍ଡି ପ୍ରତିଷ୍ଠା କରିବାକୁ ବରିଷ୍ଠ ନାଗରିକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ବାସ୍ଥ୍ୟସେବା ଓ ଡାକସେବା ଅପହଞ୍ଚ।

Sambad is now on WhatsApp

Join and get latest news updates delivered to you via WhatsApp

ନିର୍ବାଚନ ପୂର୍ବରୁ ଜିଲ୍ଳା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ନ ଦେଲେ ସ୍ଥାନୀୟ ଲୋକ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ। ବୈଠକରେ ବରଟୋଲି ବିକାଶ ସମିତିର ସଭାପତି ବିଜୟ କୁମାର ଦାଶ, ଉପସଭାପତି ସୁରେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନାଙ୍କ ସମେତ ପ୍ରଶାନ୍ତ କୁମାର ବେହେରା, ମନୋରଞ୍ଜନ ନାୟକ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od