ଜି ଉଦୟଗିରି : ସ୍ଥାନୀୟ ପଞ୍ଚାୟତ ସମିତି ଅଡିଟୋରିୟମ ପରିସରରେ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିବା ଅପପ୍ରଚାରକୁ ପ୍ରଶ୍ରୟ ନଦେବା ପାଇଁ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା, ତହସିଲଦାର ରଞ୍ଜନ କୁମାର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନ୍ ଏ ସି ଅଧ୍ୟକ୍ଷା ଦେବସ୍ମିତା ଶତପଥି ଓ ଥାନା ଅଧିକାରୀ ଭଗଵାନ ପୂଜାରୀ ପ୍ରମୁଖ ନିବେଦନ କରିଥଲେ।
ବୈଠକରେ ସଂଖ୍ୟାଲଘୁ ତରଫରୁ ଅଭିଯୋଗ ହୋଇଥିଲା କି ୨୦୦୮ମସିହାରେ ହୋଇଥିବା ଦଙ୍ଗା ସମୟରୁ ବର୍ତ୍ତମାନ ସୁଦ୍ଧା କିଛି ଲୋକ ଫେରିନଥିବ। ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଲୋକଙ୍କୁ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା କରାଇବା ସହ ଗ୍ରାମ୍ୟ କମିଟି ଗଠନ କରି ବାହାରକୁ ଚାଲିଯାଇଥିବା ଲୋକଙ୍କ ତାଲିକା ପ୍ରଦାନ କଲେ ପ୍ରଶାସନ ସେମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ କହିଥିଲେ । ସେଥିପାଇଁ ସାଧାରଣରେ ଥାନା ଅଧିକାରୀଙ୍କ ନମ୍ବର ୯୪୩୮୯୧୬୭୫୭ ଜଣାଇବାକୁ ଅନୁରୋଧ କରାଯାଇଥିଲା।