ଡେସ୍କ: ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ସାଂସଦ ସ୍ୱାତୀ ମାଲିୱାଲ ଅସଦାଚରଣ ମାମଲାରେ ବିଜେପି ଷଡ଼ଯନ୍ତ୍ର କରୁଛି। ଦଳର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଦୁର୍ନୀତି ନିବାରଣ ବ୍ୟୁରୋ ସ୍ୱାତୀ ମାଲିୱାଲଙ୍କ ବିରୋଧରେ ଦିଲ୍ଲୀ ମହିଳା ଆୟୋଗରେ ବେଆଇନ ଭାବେ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ପାଇଁ ମାମଲା ରୁଜୁ କରିଛି ଏବଂ ବିଜେପି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧରେ ଷଡ଼ଯନ୍ତ୍ର ପାଇଁ ବ୍ୟବହାର କରୁଛି। ଏହି ମାମଲାରେ ମାଲିୱାଲ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରିଥିବା ଆତିଶୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ମାଲିଓ୍ଵାଲ ଯିବାର ଭିଡିଓ ସମ୍ପର୍କରେ ଉଲ୍ଲେଖ କରି ଆତିଶୀ କହିଛନ୍ତି ଯେ ଶ୍ରୀମତୀ ମାଲିଓ୍ଵାଲ ପୁଲିସକୁ ଧମକ ଚମକ ଦେଉଥିବା ଏବଂ ବିନା କୌଣସି ଅସୁବିଧାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡ଼ି ଯାଉଥିବା ଦେଖିବାକୁ ମିଳୁଛି।
ମାଲିୱାଲ ଅସଦାଚରଣ ମାମଲାରେ ଷଡ଼ଯନ୍ତ୍ର କରୁଛି ବିଜେପି – ଆତିଶୀ
381