Monday, March 3, 2025
Home Home Left ମାତ୍ର ୪୦ଟଙ୍କାରେ ମିଳିବ ୨ଲକ୍ଷ ଲାଭ, ଜାଣି ନିଅନ୍ତୁ କେମିତି ପାଇବେ ଏହି ସରକାରୀ ଯୋଜନାର ଲାଭ

ମାତ୍ର ୪୦ଟଙ୍କାରେ ମିଳିବ ୨ଲକ୍ଷ ଲାଭ, ଜାଣି ନିଅନ୍ତୁ କେମିତି ପାଇବେ ଏହି ସରକାରୀ ଯୋଜନାର ଲାଭ

by
0 comment

ସାଧାରଣ ଲୋକଙ୍କୁ ବିତ୍ତୀୟ ସୁରକ୍ଷା ପ୍ରଦାନ କରିବାକୁ ସରକାର ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଗୋଟିଏ ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମାତ୍ର ୪୦ଟଙ୍କା ନିବେଶ କଲେ ୨ଲକ୍ଷ ଟଙ୍କା ଲାଭ ମିଳିବ। ତେବେ କଣ ଏହି ଯୋଜନା ଓ ଏହାଦ୍ୱାରା କିଭଳି ପରିବାର ସଦସ୍ୟ ଲାଭାନ୍ବିତ ହେବେ ଜାଣନ୍ତୁ…

LIC: ଏହି ଯୋଜନାରେ ପରିବାର ସଦସ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ । ଏହି ଯୋଜନାରେ ସାମିଲ ହେବାକୁ ଜଣେ ବ୍ୟକ୍ତିଙ୍କ ବୟସ ୧୮ରୁ ୫୦ ବର୍ଷ ହେବା ଆବଶ୍ୟକ । ଏଭଳି ବୟସ ବର୍ଗର ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ପାରିବେ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ମାସିକ ୪୩୬ ଟଙ୍କା ପ୍ରିମିୟମ ଦେବାକୁ ହେବ । ଯାହାଫଳରେ ପରବର୍ତ୍ତୀ ସମୟରେ ପରିବାର୍ଗଙ୍କୁ ଲାଭ ମିଳିବ। ଯଦି ପଲିସି ଅବଧି ଶେଷ ହେବା ପର୍ଯ୍ୟନ୍ତ ବୀମାଧାରୀ ସୁରକ୍ଷିତ ଥାଆନ୍ତି, ତେବେ କୌଣସି ଲାଭ ମିଳିବ ନାହିଁ । LIC ଏହି ଯୋଜନାରେ ମାସିକ ୪୩୬ ଟଙ୍କା ଦେବାକୁ ହେବ । ଏହାର ଅର୍ଥ ଦିନକୁ ୪୦ ଟଙ୍କାରୁ ବି କମ ଦେବାକୁ ପଡ଼େ । ପ୍ରତି ମାସର ୨୫ରୁ ୩୦ ତାରିଖ ମଧ୍ୟରେ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିବ ।

ବୀମାଧାରୀଙ୍କ ମୃତ୍ୟୁ ପରେ ବ୍ୟକ୍ତିଙ୍କ ନାମାଙ୍କିତ ଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀରେ ମୃତ୍ୟୁର ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । ଡିସଚାର୍ଜ ରସିଦ ସହ ଅନ୍ୟ ଜରୁରୀ ଦସ୍ତାବିଜ ବି ଦାଖଲ କରିବାକୁ ହେବ । ମୃତ୍ୟୁର ୩୦ ଦିନ ମଧ୍ୟରେ ସମସ୍ତ ଦସ୍ତାବିଜ ଦାଖଲ କରି ଟଙ୍କା ଦାବି କରି ପାରିବେ ପରିବାର। ଏହି ଯୋଜନା LIC ସହ ଅନ୍ୟ ଘରୋଇ ବୀମା କମ୍ପାନୀରେ ଜଣେ ବ୍ୟକ୍ତି ପଞ୍ଜୀକରଣ କରି ପାରିବେ । ଜଣେ ବ୍ୟକ୍ତି ଯେକୌଣସି ବ୍ୟାଙ୍କକୁ ଯାଇ ଏହି ଯୋଜନା ବାବଦରେ ଅଧିକ ସୂଚନା ପାଇ ପାରିବେ ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od