Saturday, February 22, 2025
Home ନିଉଜ ଆଲର୍ଟ ମାତ୍ର ୧୧୩ ଟଙ୍କା ମିଳୁଥିଲା ୧୧.୬୬ ଗ୍ରାମ ସୁନା

ମାତ୍ର ୧୧୩ ଟଙ୍କା ମିଳୁଥିଲା ୧୧.୬୬ ଗ୍ରାମ ସୁନା

by
0 comment

ନୂଆଦିଲ୍ଲୀ : ବିବାହ, ବ୍ରତ ବା ପାର୍ବଣ ଋତୁରେ ସୁନା କ୍ରୟ କରାଯାଏ । କିଛି ଲୋକ ସୁନା କିଣିବାକୁ ଅଧିକ ଭଲପାଆନ୍ତି । ଏବଂ ବିନା କୌଣସି ପାର୍ବଣ ସମୟରେ ମଧ୍ୟ ସୁନା କ୍ରୟ କରିଥାନ୍ତି । ସୁନାର ଦାମ୍ ବଢିବା ସତ୍ତ୍ବେ ଲୋକେ ଅଧିକ କ୍ରୟ କରୁଛନ୍ତି ।  ତେବେ ଯଦି କିଏ ଆପଣଙ୍କୁ କହିବ ଦିନେ ମାତ୍ର ୧୧୩ ଟଙ୍କାରେ ୧୧.୬୬ ଗ୍ରାମ ସୁନା ମିଳୁଥିଲା ହୁଏତ ଆପଣ ବିଶ୍ବାସ କରିବେନି ।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏବେ ଏକ ପୁରୁଣା ବିଲ୍ ଭାଇରାଲ ହେଉଛି ଯେଉଁଥିରେ ୧୧.୬୬ ଗ୍ରାମ ସୁନା ଦାମ୍ ମାତ୍ର ୧୧୩ ଟଙ୍କା ବୋଲି ଦର୍ଶାଯାଇଛି । ଏହା ୧୯୫୯ ମସିହାର ବୋଲି ଦର୍ଶାଯାଇଛି, ଯେବେ ୧୧.୬୬ ଗ୍ରାମ ସୁନା ମାତ୍ର ୧୧୩ ଟଙ୍କା ଥିଲା । ପୋଷ୍ଟରେ ଏତିକି ସୁନାର ଦାମ୍ ବର୍ତ୍ତମାନ ୭୦ରୁ ୭୫ ହଜାର ଟଙ୍କା ହୋଇଗଲାଣି ବୋଲି ଦର୍ଶାଯାଇଛି । ଏହି ଫଟୋଟି ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଅନେକ ଲୋକ ଏହି ପୁରୁଣା ଦାମ୍ ଦେଖି ଚକିତ ହେଉଛନ୍ତି ।  ପୋଷ୍ଟରେ ଏପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od