Sunday, January 12, 2025
Sunday, January 12, 2025
Home କ୍ରୀଡ଼ା ମହିଳା ଟି୨୦ ବିଶ୍ବକପ-ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତର

ମହିଳା ଟି୨୦ ବିଶ୍ବକପ-ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତର

by
0 comment

ନୂଆଦିଲ୍ଲୀ : ଆଇସିସି ମହିଳା ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର ୩ରୁ ୨୦ ପର୍ଯ୍ୟନ୍ତ ବାଂଲାଦେଶରେ ଆୟୋଜନ ନେଇ ସ୍ଥିର ହୋଇଥିଲା। ଏବେ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତର ହୋଇଛି। ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପାଇଁ ଆଇସିସି ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛି। ବର୍ତ୍ତମାନ ସ୍ଥିତିକୁ ଦେଖିଲେ ବାଂଲାଦେଶରେ ଉକ୍ତ ପ୍ରତିଯୋଗିତା ଆୟୋଜନ ଅସମ୍ଭବ, ଏହାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ନେଇ ସହମତି ପ୍ରକାଶ କରିଛି; ତେବେ ପ୍ରାୟୋଜକ ଭାବେ ବାଂଲାଦେଶ ରହିବ ବୋଲି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍‌ ଆଲରର୍ଡାଇସ୍‌ଙ୍କ ତରଫରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ଆଗାମୀ ଦିନରେ ବାଂଲାଦେଶରେ ଅନ୍ୟ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରେ ବୋଲି ସେ କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od