Sunday, February 23, 2025
Home ଆମ ଓଡ଼ିଶା ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ, ମିଶନ ଶକ୍ତି ମା’ମାନେ କରିଛନ୍ତି ୭୫ଲକ୍ଷ ଟଙ୍କାର ବ୍ୟବସାୟ

ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ, ମିଶନ ଶକ୍ତି ମା’ମାନେ କରିଛନ୍ତି ୭୫ଲକ୍ଷ ଟଙ୍କାର ବ୍ୟବସାୟ

by
0 comment

ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ ‘ଗୋନାସିକା ମହୋତ୍ସବ-୨୦୨୪’ର ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇଥିଲେ । କେନ୍ଦୁଝରର କଳା,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ, ଗ୍ରାମୀଣ ଶିଳ୍ପକଳା, ଶିଳ୍ପୀ ଏବଂ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ‘ଗୋନାସିକା ମହୋତ୍ସବ’ ଏକ ଉତ୍କୃଷ୍ଟ ମଞ୍ଚ । ସମଗ୍ର ରାଜ୍ୟରେ ଗୋନାସିକା ମହୋତ୍ସବ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଗୋନାସିକା ମହୋତ୍ସବରେ ମିଶନ ଶକ୍ତି ମାନଙ୍କୁ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାର ସୁବିଧା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ ଶକ୍ତି ମା’ମାନେ ୭୫ ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୨୭ ତାରିଖ ମଧ୍ୟରେ 3କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ।

ଆମ ସରକାର ଲୋକଙ୍କ ସରକାର ଏବଂ ଯାହା କହିଛୁ ତାହା କରିବୁ । ଶେଷ ହିତାଧିକାରୀ ପାଖରେ ପହଞ୍ଚିବା ଯାଏଁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ । ତେଣୁ ବ୍ୟସ୍ତ ନହୋଇ ଧର୍ଯ୍ୟ ଧରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ, ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଆମର ପ୍ରତିବଦ୍ଧତା । କେନ୍ଦୁଝର ଜିଲ୍ଲାରେ ୪ ଲକ୍ଷ ୪୪ ହଜାର ୩୭୫ ସୁଭଦ୍ରା ଆବେଦନରୁ 3ଲକ୍ଷ ୩୬ ହଜାର ୨୮୬ ଜଣଙ୍କୁ ସୁଭଦ୍ରା ସହାୟତା ମିଳିସାରିଛି ଏବଂ ୬୫ ହଜାରଙ୍କର ଫିଲଡ ଭେରିଫିକେସନ ମଧ୍ୟ ସରିଛି । ଜାନୁଆରୀ ମାସରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଦିଆଯିବ ବେଳେ କେନ୍ଦୁଝରରେ ୭୮ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ମିଳିବ । ମହିଳାଙ୍କ ନେତୃତ୍ୱରେ ହିଁ ବିକଶିତ ଓଡିଶା ଗଠନର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୋହନ ମାଝୀଙ୍କ ସରକାରରେ ୨୦୨୭ ସୁଦ୍ଧା ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆମେ ସଂକଳ୍ପବଦ୍ଧ ବର୍ତ୍ତମାନ 69ହଜାର ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ଚିହ୍ନଟ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ସୂର୍ଯ୍ୟୋଦୟ ହୋଇଛି ।

ମା’ ତାରିଣୀଙ୍କ ପବିତ୍ର ମାଟି, ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ଭୂମି ଖଣି,ଖାଦାନ,ଜଙ୍ଗଲ,ନଦୀ,ଝରଣାରେ ପରିପୁର୍ଣ୍ଣ କେନ୍ଦୁଝରରେ ରହିଛି ପର୍ଯ୍ୟଟନର ଅପାର ସମ୍ଭାବନା । ଆଗାମୀ ଦିନରେ କେନ୍ଦୁଝରରେ ପର୍ଯ୍ୟଟନର ବିକାଶ ହେବା ସହ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିଗଣିତ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od