Wednesday, February 19, 2025
Home Latest ମହିଳାଙ୍କ  ଅନଲାଇନ ଶାକାହାରୀ ଖାଦ୍ୟରୁ ବାହାରିଲା ଚିକେନ ପାଲକ

ମହିଳାଙ୍କ  ଅନଲାଇନ ଶାକାହାରୀ ଖାଦ୍ୟରୁ ବାହାରିଲା ଚିକେନ ପାଲକ

by
0 comment

ମହିଳାଙ୍କ  ଅନଲାଇନ ଶାକାହାରୀ ଖାଦ୍ୟରୁ ବାହାରିଲା ଚିକେନ ପାଲକ

ନୂଆଦିଲ୍ଲୀ: ଖାଦ୍ୟ ବିତରଣ ପ୍ଲାଟଫର୍ମରେ ଜଣେ ଗ୍ରାହକ ଶାକାହାରୀ ଖାଦ୍ୟ ଅର୍ଡର କରିଥିଲେ କିନ୍ତୁ ଚିକେନ୍ ପାଲକ୍ ପହଞ୍ଚିଥିବା ନେଇ ସେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସୋସିଆଲ ମିଡିଆରେ ନିଜ ସହିତ ଘଟିଥିବା ଅସନ୍ତୋଷଜନକ ଘଟଣାକୁ ସେୟାର କରିଲା ବେଳେ ଜୋମାଟୋର ଜଣେ ମହିଳା ଗ୍ରାହକ କହିଛନ୍ତି ଯେ ସେ ଇଟଫିଟ୍ ମାଧ୍ୟମରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଅର୍ଡର କରିଥିଲି କିନ୍ତୁ ଚିକେନ୍ ପାଲକ ଘରେ ପହଞ୍ଚିଥିଲା।

ଉକ୍ତ ଘଟଣା ସମ୍ପର୍କରେ ମହିଳା ସୂଚନା ଦେଇ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଏବଂ ଅନ୍ୟ ହିତାଧିକାରୀଙ୍କୁ ଏହି ପୋଷ୍ଟ ଟ୍ୟାଗ୍ କରିଥିଲେ।

Have ordered the Palak Paneer soya matar and millet Pulao thru Zomato from Eatfit. Instead of Palak Paneer they have served chicken Palak. Delivering Chicken in Saawan is not acceptable when I have selected only vegetarian food.@zomato @zomatocare @deepigoyal @the_eatfit pic.twitter.com/pv46hoOXjT

— himanshi (@himisingh01) July 28, 2024

ଏକ୍ସରେ ପୋଷ୍ଟ ସେୟାର କରି ହିମାଂଶୀ କହିଛନ୍ତି, ‘ଶ୍ରାବଣ ମାସରେ ଚିକେନ ବିତରଣ ଆଦୌ ଗ୍ରହଣୀୟ ନୁହେଁ। ଜୋମାଟୋର ଇଟଫିଟରୁ ମୁଁ ପାଲକ ପାନୀର, ସୋୟା ମଟର ଏବଂ ମିଲେଟ ପୁଲାୱ ମାଗାଇଥିଲି। କିନ୍ତୁ ଘରେ ଚିକେନ ପାଲକ ପହଞ୍ଚିଥିଲା।

ଗତରବିବାର ବିଳମ୍ବିତ ରାତିରେ ସେୟାର ହୋଇଥିବା ଏହି ସୋସିଆଲ ମିଡିଆ ପୋଷ୍ଟରେ ଲୋକମାନେ ପ୍ରତିକ୍ରିୟା ଦେଇ ଜୋମାଟୋକୁ ନିନ୍ଦା କରିବା ସହିତ ବିଶ୍ବାସ ଭାଙ୍ଗିଥିବା କଥା କହିଥିଲେ।

ଜୋମାଟୋ ଏବଂ ଇଟଫଟ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ କ୍ଷମା ମାଗିବା ସହିତ ଏହି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି ନିଶ୍ଚିତ କରିଛି। ଦୟାକରି ଆମକୁ ଏହି ଘଟଣାର ଅନୁସନ୍ଧାନ କରିବାକୁ କିଛି ସମୟ ଦିଅନ୍ତୁ ବୋଲି ଗ୍ର‌ାହକଙ୍କୁ ଅନୁରୋଧ କରିଛି।’

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od