ଭୁବନେଶ୍ଵର : ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ଭଜନ ସମାରୋହ ୩୬ ତମ ଉତ୍ସବ ପାଳନ କରିବାକୁ ଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ନୂଆ ଲିଙ୍ଗରାଜ ମାର୍କେଟ ୩ୟ ମହଲାର ଲାଇବ୍ରେରୀ ହଲଠାରେ ଅନୁଷ୍ଠିତ ସମ୍ମିଳନୀରେ ସଭାପତି ତଥା ପୂର୍ବତନ ମନ୍ତ୍ରୀ, ସୁରେଶ କୁମାର ରାଉତରାୟ ଓ ସମ୍ପାଦଳ ସନତ ମିଶ୍ର ସୂଚନା ଦେଇ କହିଛରି ଯେ ଚଳିତ ବର୍ଷ (୩୬ ବର୍ଷ) ପୂର୍ବୀ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ଅଧିକ ଜାକଜମକରେ ପାଳନ ହେବ । ମୁମ୍ବାଇର ଖ୍ୟାତନାମା କଳାକାର ଅନୁରାଧା ପଡ଼ୱାଲ ଓ ତାଙ୍କ ଟିମ୍, ଉଷା ଉଥପ୍ପା, କୁମାର ସଞ୍ଜୟ, ଅଭିଜିତ୍ ଘୋଷାଲ, ମଧୁମିତା ପାଉଲ, ପ୍ରତୋଷ ଶର୍ମାଙ୍କ ସହିତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଊଦ୍ଧ ଖ୍ୟାତନାମା କଳାକାର ଯଥା ଇରା ମହାନ୍ତି, ଅସୀମା ପଣ୍ଡାଙ୍କ ସହିତ ବିଶିଷ୍ଟ କଳାକାରମାନେ ଯୋଗଦେବେ ।
ମହାଶିବରାତ୍ରୀ ଦିନ ଲିଙ୍ଗରାଜ ଭଳନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ, ପ୍ରବଚନ ପରେ ସଂନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ସମାରୋହ ହେବ। ଏହି ଉତ୍ସବରେ ମହାମହିମ ରାଜ୍ୟପାଳ (ଓଡ଼ିଶା), ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ବିଧାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର ଅଛି ଏବଂ ସଂଗୀତ ଜଗତର ଖ୍ୟାତନାମା କଳାକାରମାନଙ୍କୁ ଏକାମ୍ରଶ୍ରୀ ଆୱାଡ଼ରେ ସମ୍ମାନୀତ କରାଯିବ ।