Friday, February 21, 2025
Home ଜୀବନଚର୍ଯ୍ୟା ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

by
0 comment

ଫେବୃଆରୀ ୨୬ରେ ମହାଦେବଙ୍କୁ ସମର୍ପିତ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ପର୍ବ ପ୍ରତ୍ୟେକ ବର୍ଷ ଫାଲଗୁଣ କୃଷ୍ଣ ଚତୁର୍ଦଶୀରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତିର୍ବିଦଙ୍କ ମତାନୁସାରେ ଚଳିତ ବର୍ଷର ଶିବରାତ୍ରୀ ଖୁବ୍‌ ଖାସ୍‌। କାରଣ ଏହି ଦିନ ଶ୍ରବଣ ନକ୍ଷତ୍ର ସହ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ ମହାଶିବରାତ୍ରୀ ପର୍ବ ଭଗବାନ ଶିବଙ୍କର ପ୍ରିୟ ୪ ରାଶି ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଜାଣନ୍ତୁ ଏହି ଦିନ ଠାରୁ କେଉଁ କେଉଁ ରାଶି ବିଶେଷ ଭାଗ୍ୟବାନ୍‌ ହେବେ..

ମେଷ- ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ। ଉନ୍ନତି ହେବ। ଆୟରେ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ଏହି ରାଶି ବ୍ୟକ୍ତି ବିଶେଷ ମହାଶିବରାତ୍ରୀ ଦିନ ତମ୍ବା ଲୋଟାରେ ଗୁଡ ଓ ଲାଲ ଚନ୍ଦନ ପକାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଭାଗ୍ୟ ସୁନା ଭଳି ଚମକିବ।

କର୍କଟ- ଧନ ପ୍ରାପ୍ତି ହେବ। କରଜରୁ ମୁକ୍ତି ମିଳିବ। ସଞ୍ଚୟ କରିବେ। ଚାନ୍ଦି ଲୋଟାରେ ଶିବ ଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ ।

ମକର- ଚାକିରି ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଜଳରେ କଳା ରାଶି ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ।

କୁମ୍ଭ- ଜୀବନରେ ଥିବା ସମସ୍ୟା ଦୂର ହେବ। ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ମହାଶିବରାତ୍ରୀରେ ଶିବଲିଙ୍ଗରେ ପଞ୍ଚାମୃତ ଅର୍ପଣ କରନ୍ତୁ।

ଅଦ୍ଭୁତ ମନ୍ଦିର.. ଜାଣନ୍ତୁ କାହିଁକି ଏଠାରେ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପେ କରାଯାଏ ପୂଜାର୍ଚ୍ଚନା

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od