ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମୌନୀ ଅମାବାସ୍ୟା ଦିନ, ଲକ୍ଷ ଲକ୍ଷ ଲୋକ ମହାକୁମ୍ଭରେ ସ୍ନାନ କରିବା ପାଇଁ ଏକାଠି ହୋଇଥିଲେ। । ମୌନୀ ଅମାବାସ୍ୟା ଦିନ ମହାକୁମ୍ଭର ସଙ୍ଗମରେ ଗତବୁଧବାର ଭୋର ସମୟରେ ଘଟିଥିବା ଦଳାଚକଟା ପରିସ୍ଥିତିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଚଳିତ ମହାକୁମ୍ଭରେ ଟେଲିଭିଜନ ଅଭିନେତ୍ରୀ ସ୍ମିତା ସିଂହ କଳ୍ପବାସ କରୁଛନ୍ତି। ସ୍ମିତା ସିଂହ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଦୁଇଟି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ମୌନୀ ଅମାବାସ୍ୟା ପୂର୍ବରୁ ସଙ୍ଗମ ସ୍ନାନ ପାଇଁ ଜମୁଥିବା ଭିଡିଓକୁ ନେଇ ଚର୍ଚ୍ଚା କରୁଛନ୍ତି।
ଗତ ମଙ୍ଗଳବାର ଏକ ଭିଡିଓ ସେୟାର କରି ସ୍ମିତା ମହାକୁମ୍ଭରେ ଲାଗିଥିବା ଭିଡ଼କୁ ଦେଖାଇ କହିଥିଲେ, ‘ସନ୍ଧ୍ୟା ୭:୧୫ ରେ ସଙ୍ଗମ ଯିବା ପାଇଁ ଭକ୍ତଙ୍କ ଭିଡ଼ ଜମା ହେବା ଆରମ୍ଭ ହୋଇଗଲାଣି।’ ହେ ପ୍ରଭୁ।
ଦ୍ୱିତୀୟ ଭିଡିଓରେ ଅଭିନେତ୍ରୀ କହିଛନ୍ତି, ଆମକୁ ଏକ ସଂକୀର୍ଣ୍ଣ ରାସ୍ତା ଅତିକ୍ରମ କରିବାକୁ ୧୦ ମିନିଟ୍ ଲାଗିଥିଲା। କାରଣ ଭିଡ଼ ପ୍ରବଳ ଥିଲା। ଆମେ କ୍ଷୀର ଆଣିବାକୁ ଯାଉଥିଲୁ, ଆମକୁ କ୍ଷୀର ତ ମିଳିଲା ନାହିଁ। ଆଗରେ ମିଳୁଛି କି ନାହିଁ ଦେଖିବା। କିଛି ଲୋକ କହିଲେ, ସନ୍ଧ୍ୟାରେ ଚା ବଦଳରେ ଆଇସ୍କ୍ରିମ୍ ଖାଅ। ଜୟ ଗଙ୍ଗା ମାତା। ଜୟ ମହାକୁମ୍ଭ।
ସ୍ମିତା ସିଂହ ହିଟଲର ଦିଦି ଭଳି ଶୋ’ରେ ନଜର ଆସିଥିଲେ। ସେ ହିଟଲର ଦିଦି ସୋ’ରୁ ଲୋକପ୍ରିୟତା ପାଇଥିଲେ। ଏବେ ସେ ମହାକୁମ୍ଭରେ କଳ୍ପବାସ କରୁଛନ୍ତି।