ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଜାନୁଆରି ୧୩ ତାରିଖରୁ ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ । ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି। ସମଗ୍ର ଦୁନିଆର କୋଣଅନୁକୋଣରୁ ଲୋକେ ମହାକୁମ୍ଭ ମେଳାକୁ ଆସୁଛନ୍ତି। ଏହି କ୍ରମରେ ଆପଲ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲଙ୍କୁ ଜଣେ ସନ୍ୟାସିନୀ ବେଶରେ ଦେଖିବାକୁ ମିଳିବ।
ଅଧିକପଢ଼ନ୍ତୁ:ବିକ୍ଷୋଭ ବେଳେ ପୁପୁ ଯାଦବ ଗିରଫ
ଲରେନ ପାୱେଲ ଉତ୍ତର ପ୍ରଦେଶର ନିରଞ୍ଜନୀ ଆଖଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଙ୍କ ଶିବିରରେ ରହିବେ। କୈଳାଶାନନ୍ଦଙ୍କ ଠାରୁ ଲରେନ ଗୋତ୍ର ପ୍ରାପ୍ତ କରିଛନ୍ତି। ଏଥିସହିତ ଲରେନଙ୍କୁ ଏକ ନୂଆ ନାମ ମଧ୍ୟ ମିଳିଛି। ତାଙ୍କ ନୂଆ ନାମ ହେଉଛି କମଳା ଶିବିରରେ ଜାନୁଆରୀ ୧୯ରୁ କଥା ଆରମ୍ଭ ହେବ। ଏହି କଥାର ପ୍ରଥମ ଯଜମାନ ହେବେ କମଳା (ଲରେନ ପାୱେଲ)।
ଅଧିକପଢ଼ନ୍ତୁ:ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟାରେ ପହଞ୍ଚିଥିବା ଶିଶୁକୁ କରାଗଲା ସମ୍ମାନିତ
ଷ୍ଟିଭ ଜବ୍ସ ଆପଲ କମ୍ପାନିର ସହ ପ୍ରତିଷ୍ଠାତା ଥିଲେ। ତାଙ୍କର ଦେହାନ୍ତ ପରେ ପତ୍ନୀ ଲରେନ ପାୱେଲ ସ୍ବାମୀଙ୍କ ଦାୟିତ୍ବ ତୁଳାଉଛନ୍ତି। ଏହା ବ୍ୟତୀତ ଲରେନ ଏମର୍ସନ କଲେକ୍ଟିଭର ମଧ୍ୟ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅଛନ୍ତି।
ଲରେନ ପାୱେଲଙ୍କ ବ୍ୟତୀତ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ସାଂସଦ ସୁଧାମୂର୍ତ୍ତି ମଧ୍ୟ ସଂଗମରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଆସୁଛନ୍ତି।