ୱାଶିଂଟନ:ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ କ୍ରୁମେଟ ବଚ ୱିଲମୋରଙ୍କ ସହ ବୋଇଙ୍ଗ ଷ୍ଟାରଲିନର୍ ଗୁରୁବାର ଦିନ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ସୁରକ୍ଷିତ ଭାବେ ଡକ୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୫୯ ବର୍ଷୀୟ ଭାରତୀୟ ମୂଳ ମହାକାଶଚାରୀ ପ୍ରଥମ ମହିଳା ଭାବରେ ସୁନୀତା ୱିଲିୟମ୍ସ ଏହାର ପ୍ରଥମ ମିଶନରେ ଏକ ନୂତନ କ୍ରୁଡ୍ ମହାକାଶଯାନକୁ ପାଇଲଟ୍ ଏବଂ ପରୀକ୍ଷଣ କରିଥିଲେ।
ସ୍ପେସ୍ ଷ୍ଟେସନରେ ତାଙ୍କର ଆଗମନକୁ ପାଳନ କରି ସେ ଖୁସିରେ ନାଚିଥିଲେ ଏବଂଆଇଏସଏସରେ ତାଙ୍କ ସହିତ ସେଠାରେ ଥିବା ଅନ୍ୟ ୭ଜଣ ମହାକାଶଚାରୀଙ୍କୁ ଆଲିଙ୍ଗନ କରିଥିଲେ।
ଏହାପୂର୍ବରୁ ୱିଲିୟମ୍ସ ଭଗବାନ ଗଣେଶଙ୍କର ଏକ ପ୍ରତିମା ଏବଂ ଶ୍ରୀମଦ୍ ଭଗବଦ୍ ଗୀତାକୁ ମହାକାଶକୁ ନେଇଥିଲେ ଏବଂ ଏହା ତାଙ୍କର ତୃତୀୟ ଯାତ୍ରା ଥିଲା।
ଆଇଏସଏସରେ ଏକ ପୁରୁଣା ପରମ୍ପରାର ଅଂଶ ଭାବରେ ସୁନିତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ଘଣ୍ଟି ବଜାଇ ସ୍ୱାଗତ କରାଯାଇଥିଲା ବୋଲି ଏକ ଏନଡିଟିଭି ରିପୋର୍ଟରେ ଦର୍ଶାଯାଇଛି।
ମହାକାଶ ଷ୍ଟେସନରେ ଥିବା ମହାକାଶଚାରୀଦଳଙ୍କୁ ସେ ଅନ୍ୟ ଏକ ପରିବାର ବୋଲି କହିବା ସହ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।
ସୁନିତା ଏବଂ ୱିଲମୋର ହେଉଛନ୍ତି ପ୍ରଥମ କ୍ରୁ ଯେଉଁମାନେ ଷ୍ଟାରଲିନର୍ ଉଡ଼ାଇଛନ୍ତି ଏବଂ ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରୁ ଲଞ୍ଚ ହେବାର ୨୬ ଘଣ୍ଟା ପରେ ଏହି ଯୋଡି ସଫଳତାର ସହ ବୋଇଙ୍ଗ ମହାକାଶଯାନକୁ ଆଇଏସଏସରେ ଡକ୍ କରିଛନ୍ତି।
ୱିଲମୋର ଏବଂ ୱିଲିୟମ୍ସ ଅବସରପ୍ରାପ୍ତ ନୌସେନା ଅଧିନାୟକ ତଥା ପୂର୍ବତନ ସ୍ପେସ୍ ଷ୍ଟେସନ ବାସିନ୍ଦା ଉତକ୍ଷେପଣ ପୂର୍ବରୁ ବାରମ୍ବାର ଜୋର ଦେଇଥିଲେ ଯେ ଏହି ପରୀକ୍ଷଣ ବିମାନ ସହିତ ବୋଇଙ୍ଗର ଦକ୍ଷତା ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।
Hugs all around! The Expedition 71 crew greets Butch Wilmore and @Astro_Suni aboard @Space_Station after #Starliner docked at 1:34 p.m. ET on June 6. pic.twitter.com/wQZAYy2LGH
— Boeing Space (@BoeingSpace) June 6, 2024
ମହାକାଶଚାରୀମାନଙ୍କୁ ସ୍ପେସ୍ ଷ୍ଟେସନକୁ ଯିବା ପାଇଁ ଏଲୋନ୍ ମସ୍କର ସ୍ପେସ୍ ଏକ୍ସ ସହିତ ବୋଇଙ୍ଗକୁ ନିଯୁକ୍ତି ଦିଆଯାଇଥିଲା। ସ୍ପେସ୍ ସଟଲ୍ସର ଅବସର ପରେ ଏହି ସ୍ପେସ୍ ଏଜେନ୍ସି ଦୁଇଟି ପ୍ରତିଯୋଗୀ ଆମେରିକୀୟ କମ୍ପାନୀ ବୋଇଙ୍ଗ ଏବଂ ସ୍ପେସ୍ ଏକ୍ସକୁ ଅର୍ଥ ପ୍ରଦାନ କରିଥିଲା। ବୋଇଙ୍ଗକୁ ୪.୨ ବିଲିୟନ ଡଲାର୍ ଏବଂ ଏହାର ଅଧାରୁ ଅଧିକ ଅର୍ଥ ପ୍ରଦାନ ସ୍ପେସ୍ ଏକ୍ସକୁ ପ୍ରଦାନ କରାଯାଇଥିଲ। ଯାହା ଦ୍ବାରା ଷ୍ଟେସନ ଯୋଗାଣ ପାଇଁ ବ୍ୟବହାର କରୁଥିବା କ୍ୟାପସୁଲରେ ପରିବର୍ତ୍ତନ କରାଯାଇଥିଲା।
ସ୍ପେସ୍ ଏକ୍ସ ୨୦୨୦ରେ ମହାକାଶଚାରୀମାନଙ୍କୁ କକ୍ଷପଥରେ ଉତକ୍ଷେପଣ କରି ପ୍ରଥମ ଘରୋଇ ବ୍ୟବସାୟିକ କମ୍ପାନୀ ହୋଇପାରିଥିଲା ଯାହା ପୂବର୍ରୁ କେବଳ ତିନୋଟି ଦେଶ ରୁଷିଆ, ଆମେରିକା ଏବଂ ଚୀନ୍ କରିବାକୁ ସକ୍ଷମ ହେଉଥିଲେ। ଏହା ନାସା ପାଇଁ ସ୍ପେସ୍ ଷ୍ଟେସନକୁ ୯ କ୍ରୁ ଏବଂ ବିମାନ ଚାର୍ଟର୍ କରୁଥିବା ଏକ ହ୍ୟୁଷ୍ଟନ୍ କମ୍ପାନୀ ପାଇଁ ତିନୋଟି ଘରୋଇ ଗୋଷ୍ଠୀଙ୍କୁ ସହାୟତା କରିବା କାର୍ଯ୍ୟର ଦାୟିତ୍ବ ନେଇଛି।