Friday, February 14, 2025
Friday, February 14, 2025
Home Latest ମସଲାରେ ମିଶୁଛି ପୋଷାକ ରଙ୍ଗ: ହଳଦୀ ଓ ଲଙ୍କା ଗୁଣ୍ଡରେ ସିନ୍ଥେଟିକ ରଙ୍ଗ ମିଶାଯାଉଥିଲା

ମସଲାରେ ମିଶୁଛି ପୋଷାକ ରଙ୍ଗ: ହଳଦୀ ଓ ଲଙ୍କା ଗୁଣ୍ଡରେ ସିନ୍ଥେଟିକ ରଙ୍ଗ ମିଶାଯାଉଥିଲା

by
0 comment

ମସଲାରେ ମିଶୁଛି ପୋଷାକ ରଙ୍ଗ: ହଳଦୀ ଓ ଲଙ୍କା ଗୁଣ୍ଡରେ ସିନ୍ଥେଟିକ ରଙ୍ଗ ମିଶାଯାଉଥିଲା

Shutterstock

ନୂଆଦିଲ୍ଲୀ: ବିଦେଶରେ ଭାରତୀୟ ମସଲାକୁ ନେଇ ବିବାଦ ଦେଖାଦେଇଛି। ଭାରତର କେତୋଟି ପ୍ରମୁଖ କମ୍ପାନିର ମସଲାରେ ଏଥିଲିନ୍ ଅକ୍ସାଇଡ ନାମକ ରାସାୟନିକ ପଦାର୍ଥ ମିଶିଥିବା ଅଭିଯୋଗ ଆସିବା ପରେ ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦେଶ ଭିତରେ ମସଲାକୁ ନେଇ ହେଉଥିବା ବଡ଼ କାରନ‌ାମା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍‌ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡ଼ିଛି। ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କୁହାଯାଉଛି। ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନଙ୍କ କହିବାନୁଯାୟୀ, ଏକାଧିକ ପ୍ୟାକେଟ୍‌ ସିନ୍ଥେଟିକ ରଙ୍ଗ ଜବତ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେହି ରଙ୍ଗ ପ୍ୟାକେଟ୍‌ରେ ‌‘କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ’ ଏବଂ ‘ବିଷାକ୍ତ’ ବୋଲି ଲେଖାଯାଇଛି।

Sambad is now on WhatsApp

Join and get latest news updates delivered to you via WhatsApp

ଅନ୍ନପୂର୍ଣ୍ଣା ଫ୍ଲୋର ମିଲ୍‌ ପରିସରରୁ ପ୍ରାୟ ୨୦୦ କେଜିର ହଳଦୀ ଏବଂ ୧୫୦ କେଜିର ନାଲି ଲଙ୍କା ଗୁଣ୍ଡ ଜବତ ହୋଇଛି। ଏହି ମିଲ୍‌ଟି ଅଶୋକ ଗର୍ଗ ନାମକ ବ୍ୟବସାୟୀଙ୍କ ନାମରେ ରହିଛି। ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇ ନଥିଲା। ମସଲାର ନମୁନାକୁ ଆମେ ହାତରେ ପରଖିବା ସମୟରେ ତାହା ଅଲଗା ଲାଗିଥିଲା। ମସଲାରେ ଖାଦ୍ୟ ରଙ୍ଗ ମିଶିବାକୁ ଅନୁମତି ଦିଆଯାଇ ନଥାଏ। କାରଣ ମସଲାର ନିଜସ୍ବ ରଙ୍ଗ ରହିଛି। ସିନ୍ଥେଟିକ ରଙ୍ଗ କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ତେଣୁ ତାହାକୁ ମସଲାରେ ମିଶାଇବା ଏକ ଗୁରୁତର ଅପରାଧ। ଏହାଦ୍ବାରା ମସଲା ବିଷାକ୍ତ ହୋଇଯାଇପାରେ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ମୀରା ସିଂହ କହିଛନ୍ତି। ଅନ୍ନପୂର୍ଣ୍ଣା ଫ୍ଲୋର୍‌ ମିଲ୍‌ରେ ପ୍ରସ୍ତୁତ ହେଉଥିବା ମସଲା କୌଣସି ବ୍ରାଣ୍ଡ୍‌ରେ ବିକ୍ରି ହେଉ ନଥିଲା। କିନ୍ତୁ ପାଇକାରୀ ବଜାର ଏବଂ ପରିବା ବଜାରରେ ଏହାକୁ ବିକ୍ରି କରାଯାଇଥାଏ। ଛୋଟ ‌ଢାବା ଏବଂ ରାସ୍ତାକଡ଼ ଭୋଜନାଳୟଗୁଡ଼ିକ ଏହାର ମୁଖ୍ୟ ଗରାଖ।

୨୦୦ କେଜି ହଳଦୀ, ୧୫୦ କେଜି ଲଙ୍କାଗୁଣ୍ଡ ଜବତ
ଭୋଜନାଳୟ ଓ ରେସ୍ତୋରାଁରେ ଚଢ଼ଉ ହେବ

ଗୁରୁବାର ଚଢ଼ଉ ସମୟରେ ମୋଟ ସାଢ଼େ ୩ କ୍ବିଣ୍ଟାଲ ମସଲା ଜବତ ହୋଇଛି। ହଳଦୀ ପାଉଡର କିଗ୍ରା ପିଛା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଲଙ୍କାଗୁଣ୍ଡ ୪୦୦ ଟଙ୍କାରେ ବିକ୍ରି ହେଉଛି। ଏହି ମସଲାରେ ହଳଦିଆ ଓ ନାଲି ସିନ୍ଥେଟିକ ରଙ୍ଗ ମିଶାଯାଉଥିବା ଜଣାପଡ଼ିଛି। ଫଳରେ ମସଲା ଉଜ୍ଜ୍ବଳ ଦେଖାଯିବା ସହିତ ଓଜନ ମଧ୍ୟ ବଢ଼ୁଥିଲା। ମିଲ୍‌ରୁ ଏକାଧିକ ପ୍ୟାକେଟ୍‌ର ରଙ୍ଗ ଜବତ କରାଯାଇଛି। ସେସବୁ ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ସତର୍କତା ଉଲ୍ଲେଖ କରାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ରାସ୍ତାକଡ଼ ଭୋଜନାଳୟ ଏବଂ ରେସ୍ତୋରାଁରେ ଚଢ଼ଉ କରାଯିବ। ସେମାନେ କିଛି ଅପମିଶ୍ରିତ ମସଲା ମିଶାଉଥିଲେ କି ନାହିଁ ତାହାର ଅନୁଧ୍ୟାନ କରାଯିବ। ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ଲକ୍ଷ୍ନୌକୁ ପଠାଯିବ। ଯଦି ସେଗୁଡ଼ିକ ଅପମିଶ୍ରିତ ବୋଲି ଜଣାପଡ଼େ ତାହେଲେ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡାକ୍ତରଙ୍କ କହିବାନୁଯାୟୀ, ଯଦି ଏଭଳି ଅପମିଶ୍ରଣ ହୋଇଥାଏ ତାହେଲେ ସେହି ସାମଗ୍ରୀ ବ୍ୟବହାରକାରୀଙ୍କ ସ୍ବାସ୍ଥ୍ୟ ଉପରେ ତାହା ଖରାପ ପ୍ରଭାବ ପକାଇବ। ଯକୃତ ଓ ବୃକ୍‌କକୁ ଏହା କ୍ଷତି ପହଞ୍ଚାଇବ। ଦୀର୍ଘକାଳ ବ୍ୟବହାର ଫଳରେ ଏଥିଯୋଗୁ କର୍କଟ ରୋଗ ମଧ୍ୟ ହୋଇପାରେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od