ପିପିଲି,୨୮।୮ (ଦୁର୍ଗା ମାଧବ ମିଶ୍ର): କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ବାର୍ଡ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ବାର୍ଡ ଫ୍ଲୁ ରୋକିବାକୁ ଚାରି ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଗୋଟିଏ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ମେଡିକାଲ ଅଫିସର ମଙ୍ଗଳପୁର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ମେଲ ସୁପରଭାଇଜର ପବ୍ଲିକ ହେଲଥ ଏଜୁକେସନ ଅଫିସର, ମଙ୍ଗଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଙ୍ଆଇସୁ ଲେସନ ରୁମ, ୩ ଜଣ ଡାକ୍ତର, ଦୁଇ ଜଣ ଫାର୍ମାସିଷ୍ଟ ଅଫିସର, ପୁରୁଷ ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ନିଯୁକ୍ତ କରାଯାଇଛି।
ସନ୍ଦେହ ଭିତରେ ଥିବା ୧୦ ଟି ଗାଁରେ ୧୦ ଜଣ ଆଶାକର୍ମୀଙ୍କୁ ପ୍ରତେକ ଦିନ ପ୍ରତେକ ଗାଁରେ ଘରେ ଘରେ ବୁଲି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଟି ଚାଳକଙ୍କୁ ଚାପିଦେଲା ଟ୍ରକ୍
ଭବାନୀପାଟଣା,୨୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମ୍ୟୁନସିପାଲଟି ଅଫିସ ସମ୍ମୁଖରେ ବୁଧବାର ସକାଳରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ…
ଭାଜପା ଏମ୍ପିଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ,୨୮ା୮ (କାର୍ତ୍ତିକ ସାହୁ):ଯାଜପୁର ଏମ୍ପି ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ମଙ୍ଗଳବାର ନୋଟିସ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର…
CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର,୨୮।୮: CHSE ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଥିବା ଜଣାପଡିଛି। CHSE ରେକର୍ଡ…
ବରଗଡ଼ରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ
ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ)ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ମଙ୍ଗଳବାର ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୭ତାରିଖ ନିଶାର୍ଦ୍ଧ ପରେ ଏବଂ ସେପ୍ଟେମ୍ବର…