Sunday, February 23, 2025
Home para gliding ମଝି ଆକାଶରେ ଅଚଳ ହୋଇଗଲା ପାରା ମୋଟର, ୧୦୦ ଫୁଟ ଉଚ୍ଚରୁ ଖସି ୟୁଟ୍ୟୁବର ଗୁରୁତର ଆହତ; ଦେଖନ୍ତୁ ଭିଡିଓ

ମଝି ଆକାଶରେ ଅଚଳ ହୋଇଗଲା ପାରା ମୋଟର, ୧୦୦ ଫୁଟ ଉଚ୍ଚରୁ ଖସି ୟୁଟ୍ୟୁବର ଗୁରୁତର ଆହତ; ଦେଖନ୍ତୁ ଭିଡିଓ

by
0 comment

ଟେକ୍ସାସ: ସଉକ ଥିଲା ପାରା ଗ୍ଲାଇଡିଂ। ପାରା ଗ୍ଲାଇଡର୍‌ରେ ଆକାଶରେ ଉଡ଼ି ମନୋରମ ଦୃଶ୍ୟର ମଜା ନେଉଥିଲେ। କିନ୍ତୁ ମଝି ଆକାଶରେ ହଠାତ୍‌ ପାରା ମୋଟର ଖରାପ ହୋଇଯିବାରୁ ୧୦୦ ଫୁଟ ଉଚ୍ଚତାରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି ଜଣେ ୟୁଟ୍ୟୁବର ଆନ୍ଥୋନୀ ଭେଲ୍ଲା। ମଝି ଆକାଶରୁ ଖସିପଡ଼ିବାର ଦୃଶ୍ୟ ୩ଟି ଆଙ୍ଗଲରୁ କ୍ୟାମେରାରେ ରେକର୍ଡ ହୋଇଛି।

ଆନ୍ଥୋନୀ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ବେକ ଏବଂ ମେରୁଦଣ୍ଡ ହାଡ଼ ଏବଂ ଡାହାଣ ହାତ ଭାଙ୍ଗିଯାଇଛି। ୩୩ ବର୍ଷୀୟ ଆନ୍ଥୋନୀ ତାଙ୍କ ବିଜିଡି ଲୁନା ୩ରେ ପାରା ଗ୍ଲାଇଡିଂ କରୁଥିଲେ। କିଛି ବାଟ ଯିବା ପରେ ହଠାତ୍‌ ମୋଟର ଅଚଳ ହୋଇପଡ଼ିଥିଲା। ସେହି ସମୟରେ ସେ ୪୮ ମାଇଲ୍‌ ପ୍ରତି ଘଣ୍ଟା ବେଗରେ ଗତି କରୁଥିଲେ। କିଛି ସମୟରେ ସେ ଉତ୍ତରପଶ୍ଚିମ ଅଷ୍ଟିନ୍‌ର ଷ୍ଟେଟ୍‌ ପାର୍କ ନିକଟରେ ପଡ଼ିଥିଲେ। ୩୦ ମିନିଟ ପରେ ଉଦ୍ଧାରକାରୀ ଦଳ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od