Monday, February 24, 2025
Home Latest ଭୁଶୁଡୁଛି ମାଓ ଦୁର୍ଗ: ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁଶୁଡୁଛି ମାଓ ଦୁର୍ଗ: ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

by
0 comment

ଭୁଶୁଡୁଛି ମାଓ ଦୁର୍ଗ: ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ବିଜାପୁର ପୁଲିସ ନିକଟରେ ୧୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୬ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରୁ ପିଏଲଜିଏ ସଦସ୍ୟ, ଏଲଓଏସ କମାଣ୍ଡର, କେଏଏମଏସ ସଦସ୍ୟ,ଏଲଜିଏସ ସଦସ୍ୟ, ମିଲିସିଆ ଡେପୁଟି କମାଣ୍ଡର ପ୍ରମୁଖ ରହିଛନ୍ତି। ଏମାନଙ୍କ ନାମରେ ସରକାର ୧୬ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ।

Sambad is now on WhatsApp

Join and get latest news updates delivered to you via WhatsApp

ସରକାରଙ୍କର ପୁନଃ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏମାନଙ୍କୁ ସରକାରଙ୍କ ତରଫରୁ ୨୫ ହଜାର ଟଂକା ଲେଖାଏଁ ପ୍ରଦାନ ସହ ଆତ୍ମନିର୍ଭରଶୀଳ ପାଇଁ ତାଲିମ ଦିଆଯିବ। ସଂଗଠନରେ ଲଗାତାର ପୁଲିସର ଚଢ଼ାଉ ଏବଂ କୌଣସି ଲକ୍ଷ୍ୟ ନେଇ ସଂଗଠନର କ୍ୟାଡରମାନେ କାମ କରୁନଥିବା ଯୋଗୁଁ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ପିଏଲଜିଏ ସଦସ୍ୟ ଅରୁଣ କଡତି ମଧ୍ୟ ଆତ୍ମସମର୍ପଣ କରିଛି। ଅରୁଣ ନାମରେ ସରକାର ୮ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ। ଏମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ଗୋଟିଏ ପଟେ ପୁଲିସର ଘନ ଘନ ଚଢାଉରେ ନକ୍ସଲ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟପଟେ ନକ୍ସଲ ସଂଗଠନର କ୍ୟାଡର ନକ୍ସଲମାନେ ଆତ୍ମସମର୍ପଣ କଲେଣି। ତେବେ ଛତିଶଘଡରୁ ଧୀରେଧୀରେ ମାଓବାଦୀ ସଂଗଠନ ଭୁଶୁଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od