ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦର ଆଜି ଦୁଇଟି ବିମାନ ଓ ଗୋଟିଏ ହେଲିକପ୍ଟର ଅବତରଣ କରିପାରି ନାହିଁ। ଫଳରେ ବିମାନଗୁଡ଼ିକୁ କୋଲକାତା ଡାଇର୍ଭଟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଖରାପ ପାଗ ଯୋଗୁଁ ଦୁଇଟି ବିମାନ ଓ ଗୋଟିଏ ହେଲିକେପ୍ଟର ଅବତରଣ କରି ପାରି ନାହି। ଗୋଟିଏ ଇଣ୍ଡିଗୋ ବିମାନ ମୁମ୍ବାଇରୁ ଆସୁଥିବା ବେଳେ ଅନ୍ୟ ଗୋଟେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦିଲ୍ଲୀରୁ ଆସୁଥିଲା। ଦୁଇଟି ଯାକ ବିମାନକୁ ଭୁବନେଶ୍ବର ପାଗ ଖରାପ ଯୋଗୁ କୋଲକାତା ପଠାଯାଇଛି। ଇଣ୍ଡିଗୋ ବିମାନ ୫.୩୧ ରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ୫୫୯ ଦିଲ୍ଲୀ ୫.୧୫ ରେ ଅବତରଣ କରିବାରଥିଲା। କିନ୍ତୁ ପାଗ ଖରାପ ପାଇଁ ତାଙ୍କୁ କୋଲକାତା ଦିଗ ପରିଵର୍ତନ କରାଯାଇଛି । ଅନ୍ୟ ଏକ ହେଲିକେପ୍ଟର ଝାରସୁଗୁଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ୪.୩୦ ଭୁବନେଶ୍ବର ବିମାନ ବନ୍ଦରରୁ ଦିଗ ପରିବର୍ତ୍ତନ କରାଯାଇଛି।
ସେହିପରି କାଳବୈଶାଖୀ ପ୍ରଭାବ ଯୋଗୁଁ ଆଜି ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ଏକ ବିମାନ ‘ଭିସ୍ତାରା’ ଉପରେ କୁଆପଥର ମାଡ଼ ହୋଇଥିଲା। ବିମାନଟି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଜରୁରୀ ଅବତରଣ କରିଛି। କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।