Sunday, February 23, 2025
Home ଟେକ୍ନୋଲୋଜି ଭିଭୋ ଆଣିଲା ଭାରତର ସବୁଠୁ ପତଳା ଫୋଲ୍ଡିଂ ଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ଭିଭୋ ଆଣିଲା ଭାରତର ସବୁଠୁ ପତଳା ଫୋଲ୍ଡିଂ ଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

by
0 comment

Mo BAPa campaign

ନୂଆଦିଲ୍ଲୀ : ଭିଭୋର ପ୍ରଥମ ଏଆଇ ଫିଚର୍ସ ବିଶିଷ୍ଟ ଫୋଲ୍ଡିଂ ସ୍ମାର୍ଟଫୋନ୍ ଭିଭୋ ଏକ୍ସ ଫୋଲ୍ଡ୩ ପ୍ରୋର ଆଜି ବଜାର ପ୍ରବେଶ ହୋଇଛି । କମ୍ପାନୀ ସୂଚନା ଅନୁସାରେ ଏହା ଭାରତର ସବୁଠୁ ପତଳା ଓ ହାଲୁକା ବନ୍ଦ ହୋଇପାରୁଥିବା ସ୍ମାର୍ଟଫୋନ୍ । କ୍ୟାମେରା କଥା କହିବା ତ ଏଥିରେ ଜାଏସ୍ ଟେଲିଫୋଟୋ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ…

ଏହାର ମେନ୍ ସ୍କ୍ରିନର ସାଇଜ୍ ୮.୦୩ ଇଞ୍ଚ ଏବଂ ଫୋଲ୍ଡ ହେବା ପରେ ୬.୫୩ ଇଞ୍ଚର ହୋଇଯାଏ । ଏଥିରେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ଏବଂ ୪୫୦୦ ପିକ୍ ବ୍ରାଇଟନେସ ମିଳିବ । ଫୋନରେ ସ୍ନାପଡ୍ରାଗନ ୮ ଜେନ୍ ୩ ପ୍ରୋସେସର ଦିଆଯାଇଛି । ଏହା ସହିତ ହ୍ୟାଣ୍ଡସେଟରେ ୫୦ ଏମପିର ଅପ୍ଟିକଲ ଇମେଜ୍ ସେନ୍ସର, ୫୦ ଏମପିର ଅଲ୍ଟ୍ରା ଓ୍ବାଇଡ୍ ଲେନ୍ସ ଏବଂ ୬୪ ଏମପିର ଟେଲିଫୋଟୋ ସେନ୍ସର ଦିଆଯାଇଛି ।

ଫୋନରେ ଭି୩ ଇମେଜିଂ ଚିପ୍ ମଧ୍ୟ ଲାଗିଛି । କମ୍ପାନୀ ଅନୁସାରେ ଏହା ଭାରତର ସବୁଠାରୁ ହାଲୁକା ଓ ପତଲା ଫୋଲ୍ଡିଂ ଫୋନ । ଏଥିରେ ଅନେକ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ଫିଚର୍ସ ମିଳିବ । କମ୍ପାନୀ ଗୁଗଲ ସହିତ ମିଶି ଏହି ଫୋନରେ ଜେମିନି ଏଆଇ ସପୋର୍ଟ ଯୋଡିଛି । ଏହାର ୧୬ ଜିବି ଏବଂ ୫୧୨ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୧,୫୯,୦୦୦ ଟଙ୍କା ରଖିଛି କମ୍ପାନୀ । ୧୩ ଜୁନରୁ ଏହାର ବିକ୍ରି ଆରମ୍ଭ ହେବ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od