
ରାଞ୍ଚତ୍,୨ା୭: ସାରା ଦେଶରେ ୩ ନୂଆ ଆପରାଧିକ ଆଇନ ସୋମବାର ଲାଗୁ ହୋଇଛି। ଇଣ୍ଡିଆନ୍ ପେନାଲ୍ କୋଡ୍ (ଆଇପିସି) ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍) କାର୍ଯ୍ୟକାରୀ ହୋଇଛି। ୟୁନିଭର୍ସାଲ ଲେକ୍ସିସ୍ନେକ୍ସିସ୍ ଦ୍ୱାରା ପ୍ରକାଶିତ ଏହାର ସଂସ୍କରଣରେ ତ୍ରୁଟି ରହିଥିବା ଜାଣିବା ପରେ ଝାଡ଼ଖଣ୍ଡ ହାଇକୋର୍ଟ ସୋମବାର ନିଜଆଡ଼ୁ ଏହାକୁ ବିଚାର ପାଇଁ ନେଇଛନ୍ତି। ଉକ୍ତ ସଂସ୍କରଣରେ ବିଏନ୍ଏସ୍ର ଧାରା ୧୦୩(୨)ରେ ଭିଡ଼ହିଂସା ପାଇଁ ରହିଥିବା ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ବୋଲି ଜଷ୍ଟିସ୍ ଆନନ୍ଦ ସେନ୍ ଏବଂ ସୁଭାଷ ଚାନ୍ଦଙ୍କ ଖଣ୍ଡପୀଠ କହିଛନ୍ତି। ନୂତନ ଆଇନର ଧାରା ୧୦୩(୨) ଅନୁଯାୟୀ ୫ କିମ୍ବା ଅଧିକ ଲୋକ ସଂଘବଦ୍ଧ ହୋଇ ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ କିମ୍ବା ଅନ୍ୟ କୌଣସି ଅନୁରୂପ କାରଣ ପାଇଁ ହତ୍ୟାକାଣ୍ଡ ଘଟାଇଥିଲେ, ଉକ୍ତ ଗ୍ରୁପ୍ର ପ୍ରତ୍ୟେକ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଅଥବା ଆଜୀବନ ଜେଲଦଣ୍ଡ ସହ ଅର୍ଥଦଣ୍ଡ କରାଯିବ। ତେବେ ଲୋକ୍ସିସ୍ନେକ୍ସିନ ସଂସ୍କରଣରେ ‘ଅନ୍ୟ କୌଣସି ଅନୁରୂପ କାରଣ’ ସ୍ଥାନରେ ‘ଅନ୍ୟ କୌଣସି କାରଣ’ ଲେଖାଯାଇଛି। ଏହି ତ୍ରୁଟିର ଗମ୍ଭୀର ପରିଣାମ ହୋଇପାରେ ବୋଲି ଅନୁଭବ କରି ଖଣ୍ଡପୀଠ ପୁସ୍ତକର ପ୍ରକାଶକଙ୍କୁ ଜାତୀୟ ତଥା ଆଞ୍ଚଳିକ ଖବରକାଗଜରେ ସଂଶୋଧନ ଛାପିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।