Wednesday, November 27, 2024
Wednesday, November 27, 2024
Home Latest ଭାରତ ୨-୦ରେ ସିରିଜ୍ ଜିତିଲା: ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ନିଶ୍ଚିତ

ଭାରତ ୨-୦ରେ ସିରିଜ୍ ଜିତିଲା: ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ନିଶ୍ଚିତ

by
0 comment

କାନପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ  ୯୫ରନ୍‌ର ଟାର୍ଗେଟ ଦେଇଥିଲା।   ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।

ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଲଗାତାର ଦୁଇ ଦିନ ବର୍ଷା ହୋଇଥିଲା।  ବର୍ଷା ହେବ ବୋଲି କେହି ଆଶା କରି ନ ଥିଲେ, କିନ୍ତୁ ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା। 

— Priyanshu Kumar (@priyanshusports) October 1, 2024

ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ନୂତନ ଶିଖରକୁ ଛୁଇଁଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳ ବହୁ କ୍ଷତି ସହିଛି।

କାନପୁର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ପଏଣ୍ଟ ପର୍ସେଣ୍ଟେଜ ସିଷ୍ଟମ (ପିସିଟି) ୭୧.୬୭ ଥିଲା, ଯାହା ଏହି ମ୍ୟାଚ ଜିତିବା ପରେ ବର୍ତ୍ତମାନ ୭୪.୨୪ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବାଂଲାଦେଶ ବର୍ତ୍ତମାନ ସିଧା ସପ୍ତମ ସ୍ଥାନକୁ ଖସି ଆସିଛି।

ଅନ୍ୟ ଦଳ ବିଷୟରେ କହିବାକୁ ଗଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ପିସିଟିବର୍ତ୍ତମାନ ୬୨.୫୦ ରହିଛି।  ଡବ୍ଲୁଟିସି   ଫାଇନାଲ ପୂର୍ବରୁ କଙ୍ଗାରୁ ଦଳକୁ ଭାରତ ଏବଂ ଶ୍ରୀଲଙ୍କା ସହିତ ଏକ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ଯେତେବେଳେ କି ଶ୍ରୀଲଙ୍କା ଦଳ ୫୫.୬୫ ପିସିଟି ସହିତ ଏହି ଟେବୁଲରେ ତୃତୀୟ ସ୍ଥାନରେ ଅଛି।  ଏହିପରି, ବର୍ତ୍ତମାନ ଏହି ତିନୋଟି ଦଳର ଫାଇନାଲରେ ପ୍ରବେଶ କରିବାର ସର୍ବାଧିକ ସମ୍ଭାବନା ଅଛି।

The latest Points Table of WTC 2023-25:

1. India – 74.24%
2. Australia – 62.50%
3. Sri Lanka – 55.56%
4. England – 42.19%
5. South Africa – 38.89%

– Team India’s position is stronger at the Top..!!! 🇮🇳 pic.twitter.com/A0kBJgWGI3

— Tanuj Singh (@ImTanujSingh) October 1, 2024

ଇଂଲଣ୍ଡ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।  ଦଳୀ ପିସିଟି ବିଜୟ ହାର ୪୨.୧୯  ରହିଛି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଦଳ ପଞ୍ଚମ ସ୍ଥାନରେ ଥିବାବେଳେ ଏହା ପିସିଟି ୩୮.୮୯ ରହିଛି।   ନ୍ୟୁଜିଲ୍ୟାଣ୍ଡର ଦଳ ୩୭.୫୦ ପିସିଟି  ସହିତ ଷଷ୍ଠ ସ୍ଥାନରେ ରହିଛି। ଡବ୍ଲୁଟିସି  ଫାଇନାଲ ପାଇଁ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ର ସମ୍ଭାବନା ପ୍ରାୟ ଶେଷ ହୋଇଛି। ସେମାନଙ୍କର ପିସିଟି  ଯଥାକ୍ରମେ ୧୯.୦୫ ଏବଂ ୧୮.୫୨ ରହିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od