Sunday, February 23, 2025
Home rengalicamp news odia news odisha news ଭାରତ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଥିବା ୨ ଲୁଟେରା ଗିରଫ

ଭାରତ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଥିବା ୨ ଲୁଟେରା ଗିରଫ

by
0 comment

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଭାରତ ଫାଇନାନ୍ସର କର୍ମଚାରୀ ମାନେ ଗାଆଁ ଗାଁ ବୁଲି ଗ୍ରୁପ୍ ଟଙ୍କା ଦେବା ନେବା କରିଥାନ୍ତି । ଏମିତି ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି ଓ ପାହାର ଶ୍ରିଗୀଡା ଗ୍ରାମର ମଝିରେ ଗୋଟିଏ ସ୍କୁଟିରେ ଥିବା ଚାରିଜଣ ଲୁଟେରା ତାଙ୍କୁ ଅଟକାଇ ଟଙ୍କା ନ ଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଜୀବନ ଭୟରେ ଭାରତ ଫାଇନାନ୍ସର କର୍ମଚାରୀ ରୋହିତ ନାଗ ତାଙ୍କ ପାଖରେ ଥିବା ୨ ଲକ୍ଷ ୪୫ ହଜାର ୨୫୭ ଟଙ୍କା ଦେଇଥିଲେ।ଟଙ୍କା ନେଇ ଲୁଟେରା ମାନେ ଚଂପଟ ମାରିଥିଲେ। ଏ ନେଇ କର୍ମଚାରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜୁଲାଇ ୪ ତାରିଖରେ। ଏହି ଅଭିଯୋଗକୁ କେନ୍ଦ୍ର କରି ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଏ ଏସ ଆଇ ସୌମ୍ୟରଞ୍ଜନ ପାତ୍ର, କଳିନ୍ଦ୍ର ସେନାପତି, ଲଳିତ ନାଗ ଓ କିଛି ଅଞ୍ଚଳର ଲୋକଙ୍କୁ ନେଇ ଏକ ଅନୁସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ ଲୁଟେରାଙ୍କୁ ଧରିବା ପାଇଁ।

ଦେଖନ୍ତୁ ଭିଡିଓ ; କାବା କରିବ ସିଂହର ବୁଦ୍ଧି, କଲା ଏମିତି..

ଅତାବିରା ଥାନା ଅନ୍ତର୍ଗତ ବାଟିମୁଣ୍ଡା ଜଙ୍ଗଲ ଭିତରେ ଲୁଚି ରହି ଏହି ଲୁଟେରା ମାନେ ନିଶା ସେବନ କରୁ ଥିବା ବେଳେ ପୁଲିସ ଦଳ ଲୁଚି ଲୁଚି ସେମାନଙ୍କୁ ଧରିବା ପାଇଁ ଯାଇଥିଲେ କିନ୍ତୁ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ସେଠାରୁ ଖସି ପଳାଇଗଲେ। ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ରେଙ୍ଗାଲିର ସଚିନ ଭୁଏ (୨୯) ଓ ରକୀ ମାଝୀ (୨୯)। ଏମାନଙ୍କ ପାଖରେ ଥିବା ଗୋଟିଏ ସ୍କୁଟି ଓ ନଗଦ ୧ ଲକ୍ଷ ୬ ହଜାର ୪୯୦ ଟଙ୍କା ଜବତ କରିଛି। ଅନ୍ୟ ଦୁଇ ଜଣଙ୍କୁ ଅତି ଶୀଘ୍ର ଧରିବା ପାଇଁ ପୁଲିସର ପ୍ରୟାସ ଜାରି ରହିଛି। ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od