Sunday, February 23, 2025
Home Home ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

by
0 comment

ପର୍ଥ,୨୨।୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ମାଟି କାମୁଡିଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୭ ଉଇକେଟ୍‌ ହରାଇ ୫୯ ରନ୍‌ କରିଛି। ଆଲେକ୍ସ କେରେ ଏବଂ ମିଚେଲ ଷ୍ଟାର୍କ କ୍ରିଜରେ ଅଛନ୍ତି। ଭାରତ ପକ୍ଷରୁ ଜଶପ୍ରୀତ ବୁମ୍‌ରା ଚମତ୍କାର ବୋଲିଂ କରି ୪ ଉଇକେଟ୍‌ ନେଇଥିଲେ।

ପ୍ୟାଟ କମିନ୍ସ (୩) ବୁମରାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହାପୂର୍ବରୁ ମାର୍ନୁସ ଲାବୁସାଗ୍ନେ (୨), ମିଚେଲ ମାର୍ଶ (୬), ଟ୍ରାଭିସ ହେଡ (୧୧), ଷ୍ଟିଭ ସ୍ମିଥ (୦), ଉସମାନ ଖ୍ବାଜା (୮ ରନ) ଏବଂ ନାଥାନ ମ୍ୟାକସ୍ବେନି (୧୦ ରନ) ଆଉଟ ହୋଇଥିଲେ। ଏପର୍ଯ୍ୟନ୍ତ ଜସପ୍ରୀତ ବୁମ୍‌ରା ୪ଟି ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଭାରତ ୨ ଉଇକେଟ ନେଇଛନ୍ତି। ହର୍ଷିତ ରାଣା ୧ ଉଇକେଟ ପାଇଥିଲେ।

ଟିମ ଇଣ୍ଡିଆ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିର୍ଯ୍ୟୟ ଘଟିଥିଲା। ୭୩ ରନ ସ୍କୋର କରି ଦଳ ୬ ଉଇକେଟ ହରାଇଥିଲା। ଯଶସ୍ବୀ ଜୟସ୍ବାଲ ଏବଂ ଦେବଦତ୍ତ ପଡିକଲ ଖାତା ଖୋଲିପାରି ନ ଥିଲେ। ବିରାଟ କୋହଲି ୫ ରନ ସ୍କୋର କରିବା ପରେ ଧ୍ରୁବ ଜୁରେଲ ୧୧ ରନ ସ୍କୋର କରିବା ପରେ ଏବଂ ୱାଶିଂଟନ ସୁନ୍ଦର ୪ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।

ଡେବ୍ୟୁଟାଣ୍ଟ ନୀତୀଶ ରେଡ୍ଡୀ ୪୧ ରନ (୫୯ବଲ) ଏବଂ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୭୮ ବଲରେ ୩୭ ରନ ସଂଗ୍ରହ କରିଥିଲେ। ସପ୍ତମ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୮ ରନ ଭାଗିଦାରୀ ହୋଇଥିଲା। କେ.ଏଲ ରାହୁଲ ୭୪ ବଲରେ ୨୬ ରନ କରିଥିଲେ। ଜୋଶ ହାଜଲେଉଡ ଅଷ୍ଟ୍ରେଲିଆରୁ ୪ ଉଇକେଟ ନେଇଥିଲେ। ପ୍ୟାଟ କମିନ୍ସ, ମିଚେଲ ମାର୍ଶ ଏବଂ ମିଚେଲ ଷ୍ଟାର୍କ ୨-୨ ଉଇକେଟ ନେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od