ନୂଆଦିଲ୍ଲୀ : ଦୀପାବଳି ପର୍ବର ଖୁସିକୁ ଦ୍ବିଗୁଣିତ କରିଥାଏ ମିଠା । ପାର୍ବଣ ସମୟରେ ଘରେ ଘରେ ମିଠାର ଆସର ଜମିଥାଏ । ପରସ୍ପରକୁ ମିଠା ଦେଇ ସମସ୍ତେ ଶୁଭେଚ୍ଛା ଜଣାଇଥାନ୍ତି । ମିଠା ଅନେକ ପ୍ରକାର ହୋଇଥାଏ । ସାଧାରଣତଃ ମିଠା ୪୦୦-୫୦୦ ଟଙ୍କା ପ୍ରତି କେଜି ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ସବୁଠାରୁ ମହଙ୍ଗା ମିଠା ଦାମ୍ କେତେ ?
ଭାରତର ସବୁଠାରୁ ମହଙ୍ଗା ମିଠା ନାଁ ‘ଏକ୍ଜୋଟିକା’ । ଏହି ମିଠା ନିଜ ଦାମ୍ ଓ ପ୍ରସ୍ତୁତିର ଖାସ୍ ପ୍ରକ୍ରିୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ । ଏହା କେବଳ ୟୁପିର ରାଜଧାନୀ ଲକ୍ଷ୍ନୌରେ ମିଳିଥାଏ । ଲକ୍ଷ୍ନୌର ସଦର କ୍ୟାଣ୍ଟରେ ‘ଛପନ ଭୋଗ’ ନାମକ ଏକ ଦୋକାନ ରହିଛି ଯେଉଁଠି ଏହି ମିଠା ମିଳିଥାଏ ।
ଏହି ମିଠାର ଦାମ୍ ୫୬ ହଜାର ଟଙ୍କା ପ୍ରତି କିଲୋ । ଏତେ ଦାମ୍ ସତ୍ତ୍ବେ ଏହାର ଚାହିଦା ବହୁତ ଅଧିକ । ଧନୀ ବ୍ୟକ୍ତିମାନଙ୍କର ଏହା ପ୍ରଥମ ପସନ୍ଦ । ବିଦେଶରୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହାକୁ ସାଙ୍ଗରେ ନେଇଯାଇଥାନ୍ତି । ଏହାର ଦାମ୍ ଅଧିକ ଯୋଗୁଁ ଏହାକୁ ସବୁବେଳେ ପ୍ରସ୍ତୁତ କରାଯାଏନି । ଏଥିପାଇଁ ଅର୍ଡର ଦେବାକୁ ପଡେ । ବରାଦ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଏ ।