ସିଡ୍ନୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି, ଭାରତର ସବୁଠାରୁ ବଡ଼ ଚିନ୍ତା ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହନ୍ତି ବରଂ ସେମାନଙ୍କର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ଗମ୍ଭୀରଙ୍କ ଚାପରେ ଶାନ୍ତ ରହିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି।
ଭାରତ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜିତିବାକୁ ଚାହୁଁଛି। ଯଦି ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପ୍ରବେଶ କରିବାର ଆଶା ବଜାୟ ରଖିବାକୁ ଚାହୁଁଛି, ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ସିରିଜ୍ ଜିତିବାକୁ ପଡ଼ିବ। ଏହି କାରଣରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି।
ଏହି ହାଇ-ପ୍ରୋଫାଇଲ୍ ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲୀୟ ଦଳର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଦେଇଥିବା ବିବୃତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ କୋହଲି ଏବଂ ରୋହିତଙ୍କ ଖରାପ ଫର୍ମ ଉପରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂଙ୍କ ମନ୍ତବ୍ୟ ଉପରେ ଗମ୍ଭୀର କ୍ରୋଧିତ ହୋଇଥିଲେ।
Former Australian cricket captain Tim Paine has revealed the truth behind his running battles with two Indian stars, including his infamous “at least my teammates like me, d***head” sledge towards star spinner Ravichandran Ashwin.
READ MORE ▶️ https://t.co/xM1PNGmpR3 pic.twitter.com/NQjEhD3bhP
— CODE Sports (@codesportsau) November 15, 2024
ପାଏନ୍ ଏହା ଉଲ୍ଲେଖ କରି କହିଛନ୍ତି ଯେ ଗମ୍ଭୀରଙ୍କ ଆଗାମୀ ରାସ୍ତା ସହଜ ହେବ ନାହିଁ। ସେ କହିଥିଲେ, ‘ମୁଁ ଏହାକୁ ପସନ୍ଦ କରେ ନାହିଁ। ମୁଁ ଭାବୁଛି ଏହା ଏକ ଭଲ ସଙ୍କେତ ନୁହେଁ, କାରଣ ତାଙ୍କୁ ଯାହା ପଚରାଯାଇଥିଲା ତାହା ଅତି ସହଜ ପ୍ରଶ୍ନ ଥିଲା।
ମୁଁ ଭାବୁଛି ଗମ୍ଭୀର ବୋଧହୁଏ ପଣ୍ଟିଂଙ୍କୁ ଭାରତ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବୋଲି ଭାବୁଛନ୍ତି। କିନ୍ତୁ ଗମ୍ଭୀର ବୁଝିବା ଉଚିତ୍ ଯେ ପଣ୍ଟିଂ ବର୍ତ୍ତମାନ ଜଣେ ସମୀକ୍ଷକ ଏବଂ ତାଙ୍କୁ ତାଙ୍କ ମତାମତ ଦେବା ପାଇଁ ତାଙ୍କୁ ଦରମା ମିଳୁଛି।
ପାଏନ୍ କହିଛନ୍ତି, ବିରାଟ ବର୍ତ୍ତମାନ ଫର୍ମରେ ନାହାନ୍ତି ଏବଂ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। କିନ୍ତୁ ମୋ ପାଇଁ ବର୍ତ୍ତମାନ ଭାରତ ପାଇଁ ସବୁଠାରୁ ବଡ ଚିନ୍ତା ରୋହିତ ଶର୍ମାଙ୍କ ବ୍ୟାଟିଂ ନୁହେଁ, ବିରାଟ କୋହଲିଙ୍କ ବ୍ୟାଟିଂ ନୁହେଁ, ବରଂ ଚାପରେ ଶାନ୍ତ ରହିବାକୁ ଗମ୍ଭୀରଙ୍କ ଅକ୍ଷମତା।
ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ଚାଲିଗଲା ନବବିବାହିତ ଦମ୍ପତିଙ୍କ ସମେତ ୪ ଜୀବନ
“I think in the first couple of Tests of the series you won’t need that extra all-rounder.”
Former Aussie Test captain Tim Paine explained why Nathan McSweeney has been selected for the first Test against India. #AUSvIND📞Have your say on the Harcourts Openline – 1300 42 15 33 pic.twitter.com/0TQXQQvVQd
— SEN Tassie (@SENTassie) November 10, 2024
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଗମ୍ଭୀର ଟିମ୍ ଇଣ୍ଡିଆ ପାଇଁ ଫିଟ୍ ନୁହନ୍ତି। ସେ ତାଙ୍କୁ ରବି ଶାସ୍ତ୍ରୀଙ୍କ ସହ ତୁଳନା କରିଥିଲେ, ଯିଏକି ଗତ ଦୁଇଟି ଅଷ୍ଟ୍ରେଲିୟା ଯାତ୍ରା ପାଇଁ ଭାରତର ମୁଖ୍ୟ ପ୍ରଶିକ୍ଷକ ଥିଲେ। ପାଏନ୍ ଅନୁଭବ କରିଛନ୍ତି ଯେ ଗମ୍ଭୀରଙ୍କ ଅତ୍ୟଧିକ ପ୍ରତିଯୋଗୀ ମନୋଭାବ କୋଚିଂ ପାଇଁ ଉପଯୁକ୍ତ ନୁହେଁ।
ଅଧିକ ପଢ଼ନ୍ତୁ: ପୁଲିସ୍ ସାଜି ପୁଲିସ୍ ଅଧିକାରୀଙ୍କୁ କଲ୍ କରିଥିଲା ସାଇବର୍ ଠକ, ତାପରେ…