ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ ମ୍ୟାଲେରିଆ ରୋଗ ନିୟନ୍ତ୍ରଣକୁ ଆସୁଛି । ଭାରତରେ ଏହି ରୋଗର ପ୍ରକୋପ ୬୯ ପ୍ରତିଶତ ହ୍ରାସ ପାଇଛି । ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ବୁଧବାର ଏହି ତଥ୍ୟ ପ୍ରକାଶ ପାଇଛି।
ଏହି ରିପୋର୍ଟ ଅନୁଯାୟୀ, ଭାରତ ମ୍ୟାଲେରିଆର ପ୍ରକୋପ ଏବଂ ଏହି ରୋଗଜନିତ ମୃତ୍ୟୁହାରକୁ ହ୍ରାସ କରିବାରେ ସଫଳ ହୋଇଛି । ଭାରତରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୨୦୧୭ରେ ୬.୪ ନିୟୁତ ଥିବାବେଳେ ୨୦୨୩ରେ ଏହା ୨ ନିୟୁତକୁ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ୬୯ ପ୍ରତିଶତ ହ୍ରାସ ପାଇଛି।
ଭାରତରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୨୦୧୭ରେ ୬.୪ ନିୟୁତ ଥିବାବେଳେ ୨୦୨୩ରେ ଏହା ୨ ନିୟୁତକୁ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ୬୯ ପ୍ରତିଶତ ହ୍ରାସ ପାଇଛି।
ପ୍ରତିବର୍ଷ ଏହି ରିପୋର୍ଟ ପ୍ରକାଶ ପାଇଥାଏ। ଏଥିରେ ଅନେକ ଦେଶର ତଥ୍ୟ ପ୍ରକାଶ ପାଇଥାଏ। ଅନ୍ୟ ଦେଶ ତୁଳନାରେ ଭାରତରେ ମ୍ୟାଲେରିଆ ସଂକ୍ରମଣ ହ୍ରାସ ହାର ବହୁତ ଭଲ ରହିଛି। ଗ୍ଲୋବାଲ ମ୍ୟାଲେରିଆ ପ୍ରୋଗ୍ରାମର ନିର୍ଦ୍ଦେଶକ ଡ. ଡାନିଏଲ ମଦାଣ୍ଡି କହିଛନ୍ତି ଯେ ମ୍ୟାଲେରିଆ ମାମଲା ହ୍ରାସ କରିବାରେ ଭାରତ ଭଲ କାମ କରିଛି। ଭାରତ ବ୍ୟତୀତ ଲାଇବେରିଆ ଓ ରୱାଣ୍ଡା ଭଳି ଦେଶରେ ମ୍ୟାଲେରିଆ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି।