Wednesday, February 19, 2025
Wednesday, February 19, 2025
Home career horoscope zodiac sign before 18 august odia news odisha news ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

by
0 comment

ନିକଟରେ ଗ୍ରହଙ୍କ ରାଜକୁମାର ବୁଧ ବକ୍ରୀ ହୋଇଛନ୍ତି । ବର୍ତ୍ତମାନ ଗ୍ରହଙ୍କ ରାଜା ସୂର୍ଯ୍ୟ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ । ଏହାସହ ଶଶ ରାଜଯୋଗ,ଲକ୍ଷ୍ମୀ-ନାରାୟଣ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି ଯୋଗ ସମସ୍ତ ୧୨ ରାଶିରେ କର୍ମକ୍ଷେତ୍ର-ବ୍ୟବସାୟ ପାଇଁ ଖୁବ୍‌ ମହତ୍ତ୍ୱ ପୂର୍ଣ୍ଣ । ଜାଣନ୍ତୁ ଆଗାମୀ ଦିନରେ ମେଷ ଠାରୁ ମୀନ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି କେମିତି ରହିବ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ବ୍ୟବସାୟରେ ବୃଦ୍ଧି ହେବ । ଘର ପାଇଁ ଆବଶ୍ୟକୀୟ ଜିନିଷ କିଣିବେ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଟଙ୍କା କରଜରୁ ଦୂରେଇ ରୁହନ୍ତୁ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ପଦନ୍ନୋତି ସହ ସ୍ଥାନ ପରିବର୍ତ୍ତନ କରି ପାରନ୍ତି । ବ୍ୟବସାୟୀ ଲାଭବାନ୍‌ ହେବେ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ସମ୍ପତ୍ତି ଦ୍ୱାରା ଧନ ଲାଭ ହେବ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଦୀର୍ଘ ଦିନରୁ ଅଟକି ଥିବା କାମ ପୂରା ହେବ । ପେଟ ଜନିତ ରୋଗ ହୋଇପାରେ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ବିଦେଶରେ କାମ କରିବାର ସୁଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ ।

୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ସନ୍ତାନ କ୍ଷେତ୍ରରେ ଶୁଭ ଖବର ମିଳିବ । ବ୍ୟବସାୟରେ ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଖର୍ଚ୍ଚ ନିୟନ୍ତ୍ରଣ ହୋଇ ଆୟରେ ବୃଦ୍ଧି ହେବ । ନୂଆ ଯାନ କିଣିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ବ୍ୟବସାୟରେ ଲାଭବାନ୍‌ ହେବେ । ହଠାତ୍‌ ଧନ ମିଳିବ । ଟଙ୍କା ନିବେଶ କରନ୍ତୁ ନାହିଁ ।

ଧନୁ – ବ୍ୟବସାୟ ବିସ୍ତାର କରିବାର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଧିକ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଚାକିରି କ୍ଷେତ୍ରରେ ପଦନ୍ନୋତି ସହ ଉନ୍ନତି ହେବ । ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ ।

କୁମ୍ଭ – ପରିବାରରେ ମାଙ୍ଗଳିକ କାର୍ଯ୍ୟରେ ଧନ ଖର୍ଚ୍ଚ ହେବ । ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଟଙ୍କା କରଜ ନିଅନ୍ତୁ ନାହିଁ ।

ମୀନ – ବ୍ୟବସାୟରେ ଉନ୍ନତି ପାଇଁ ସହଯୋଗ ମିଳିବ । ଅଟକି ଥିବା ଟଙ୍କା ଫେରସ୍ତ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଚାକିରିରେ ଶୁଭ ଖବର ମିଳିବ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od