Monday, March 3, 2025
Monday, March 3, 2025
Home ଦେଶ- ବିଦେଶ ବ୍ୟାପୁଛି ଜଙ୍ଗଲ ନିଆଁ, ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ବ୍ୟାପୁଛି ଜଙ୍ଗଲ ନିଆଁ, ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

by
0 comment

ଡେସ୍କ: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଉତ୍ତର କାଲିଫର୍ଣ୍ଣିଆରେ ଦ୍ରୁତ ଗତିରେ ଜଙ୍ଗଲ ନିଆଁ ବଢ଼ୁ ଥିବାରୁ ଅତି କମରେ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ ଅନୁଯାୟୀ, ଓରୋଭିଲ୍ ସହର ନିକଟରେ ମଙ୍ଗଳବାର ଆରମ୍ଭ ହୋଇଥିବା ଅଗ୍ନିକାଣ୍ଡରେ ୩ ହଜାର ୭୦୦ ଏକରରୁ ଅଧିକ ଅଂଚଳ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡରେ ୪ଟି କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି।

ଏହି ନିଆଁ ଯୋଗୁ ପ୍ରାୟ ୧୨ ହଜାରରୁ ଅଧିକ ନିର୍ମାଣ ପ୍ରତି ବିପଦ ରହିଛି। ଏଥିରେ କୁହାଯାଇଛି ଯେ, ୧୯୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବେ ନିଆଁକୁ ଆୟତ୍ତ କରୁଛନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜଙ୍ଗଲ ନିଆଁ ଯୋଗୁଁ କିଛି ଅଂଶରେ ବାଧ୍ୟତାମୂଳକ ସ୍ଥାନାନ୍ତର ଏବଂ ସ୍ଥାନାନ୍ତର ସତର୍କସୂଚନା ଜାରି କରାଯାଇଛି।

ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od