ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହେଲ୍ଥ ବ୍ରାଣ୍ଡ୍ ସିପ୍ଲାର ନୂତନ ଅଭିଯାନ ‘ବ୍ରେଥ୍ ଫ୍ରି ମନ୍ସୁନ୍ ଯାତ୍ରା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ବର୍ଷାଋତୁ ଆସିବା ସହ ଏହା ଆମର ଶ୍ୱାସକ୍ରିୟା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ସୃଷ୍ଟି କରିଥାଏ। ଏପରିକି ବର୍ଦ୍ଧିତ ଆର୍ଦ୍ରତା ଓ ଓଦାପଣ ଫୁସ୍ଫୁସର ସ୍ଥିତିକୁ ଖରାପ କରିପାରେ ବୋଲି ଆକଳନ କରାଯାଉଛି। ବର୍ଷର ଏଭଳି ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ। ସେହିଭଳି ଲୋକମାନଙ୍କୁ ନିଜର ଶ୍ୱାସକ୍ରିୟା ବା ରେସ୍ପିରେଟୋରି ସ୍ବାସ୍ଥ୍ୟକୁ ଭଲ ଭାବେ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟ ସହିତ ଏହି ଯାତ୍ରା ଆଜ୍ମା ଓ ସିଓପିଡି ଭଳି ଗମ୍ଭୀର ଫୁସ୍ଫୁସ୍ ରୋଗ ପାଇଁ ସ୍କ୍ରିନିଙ୍ଗ୍ ଲାଗି ବର୍ଦ୍ଧିତ ପହଞ୍ଚ ପ୍ରଦାନ କରୁଛି। ଏ ସମ୍ପର୍କରେ ଡା. ଉପତ୍ଳ କୁମାର ନନ୍ଦୀ କହିଛନ୍ତି, ମୌସୁମୀ ଆର୍ଦ୍ରତା, ମୋଲ୍ଡ, ଥଣ୍ଡା ପବନ ଓ ଭାଇରାଲ ଇନ୍ଫେକ୍ସନର ସମେତ ଅନେକ ବିପଦ ଆଣିଥାଏ। ଏଭଳି କାରକଗୁଡିକ ଯେକୌଣସି ବ୍ୟକ୍ତିଙ୍କ ରେସ୍ପିରେଟୋରି ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଉଛି।
ଏପିବିର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍ ପ୍ଲାଟ୍ଫର୍ମ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ (ଏପିବି)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ…
ଫୋନ୍ପେର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ଫାଇନାନ୍ସ ପ୍ଲାଟ୍ଫର୍ମ ‘ଫୋନ୍ପେ’ର ନୂତନ ଉତ୍ପାଦ ‘ଜୀବନ ବୀମା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ଲାଟ୍ଫର୍ମରେ ପୂର୍ବ-ଅନୁମୋଦିତ ଟର୍ମ…
ତନିସ୍କର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ଗ୍ରୁପର ଅଂଶ ତଥା ତନିସ୍କ ପକ୍ଷରୁ କେନ୍ଦୁଝରରେ ଏକ ନୂଆ ଷ୍ଟୋର ଶୁକ୍ରବାର ଶୁଭାରମ୍ଭ କରାଯାଇଛି। ନୂଆ ଷ୍ଟୋରକୁ ତନିସ୍କର ରିଟେଲ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୦।୮: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ…
ପ୍ରଥମ ତ୍ରୈମାସିକରେ ୧୦,୪୬୧କୋଟି ଲାଭ
ମୁମ୍ବାଇ,୧୦।୮: ଭାରତୀୟ ଜୀବନ ବୀମା ନିଗମ(ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…