Monday, February 24, 2025
Home ଆମ ଓଡ଼ିଶା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବ ଶିକ୍ଷା, କମ୍ପ୍ୟୁଟର ସାଇନ୍ସ ଓ ବାୟୋ ଇନଫରମେଟିକ୍ସ ସ୍ନାତକୋତ୍ତର ପାଠ୍ୟକ୍ରମ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବ ଶିକ୍ଷା, କମ୍ପ୍ୟୁଟର ସାଇନ୍ସ ଓ ବାୟୋ ଇନଫରମେଟିକ୍ସ ସ୍ନାତକୋତ୍ତର ପାଠ୍ୟକ୍ରମ

by
0 comment

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଠାରୁ ଶିକ୍ଷା, କମ୍ପ୍ୟୁଟର ସାଇନ୍ସ ଓ ବାୟୋ ଇନଫରମେଟିକ୍ସ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ  ପାଇଁ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।  ।ଗତ ମେ ୧ ତାରିଖରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଜି କାଉନସିଲ ବୈଠକରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।ଏହି ବୈଠକରେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରୁ ସେଲଫ ଫାଇନାନ୍ସ ମୋଡରେ ଶିକ୍ଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବା ସହ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ ସ୍ଥିର କରାଯାଇଛି। ଏଥି ପାଇଁ ନାମଲେଖା ଫିସ ବାବଦରେ ୧୦ ହଜାର ଓ କୋର୍ସ ଫିସ ବାର୍ଷିକ ୩୦ ହଜାର ଟଙ୍କା ରହିବ ବୋଲି ଜଣାପଡିଛି। ସେହିପରି ନୂତନ ଭାବେ ଏମଏସସି କମ୍ପ୍ୟୁଟର ସାଇନ୍ସ କୋର୍ସ ନିମନ୍ତେ ମଧ୍ୟ ୨୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାର ବ୍ୟବସ୍ଥା ହୋଇଛି। ଏହାସହିତ ପିଜି ଡିପ୍ଲୋମା ଇନ ବାୟୋ ଇନଫରମେଟିକ୍ସ ବିଭାଗ ଖୋଲିବା ସହ ଚଳିତବର୍ଷ ୧୬ ଜଣ ଛାତ୍ରଛାତ୍ର ଙ୍କୁ ନାମଲେଖାର‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ରହିଥିବା ଲିଙ୍ଗୁଷ୍ଟିକ ବିଭାଗର ନାମ ପରିବର୍ତ୍ତନ କରାଯାଇ ଏପ୍ଲାଇଡ ଲିଙ୍ଗୁଷ୍ଟିକ ବିଭାଗ କରାଯିବା ସହ ୫୦ ସିଟରୁ କମାଇ ଦିଆଯାଇ ଏହାକୁ ୩୦ ସିଟ୍ ବିଶିଷ୍ଟ କରାଯାଇଛି । ଏମସିଏ ବିଭାଗରେ ରହିଥିବା ସିଟ୍ ସଂଖ୍ୟା ୩୦ ସିଟ୍ ସଂଖ୍ୟାକୁ ବଢା ଯାଇ ୪୦ କରା ଯାଇଥିବା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସୂଚନା ଦେଇଛନ୍ତି।

ସମସ୍ତ ବିଜ୍ଞାନ ବିଭାଗର ପ୍ରୟୋଗଶାଳାରେ ବ୍ୟବହୃତ ହେଉଥିବା କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀ କିଣା ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଠପଢା ଆସନ୍ତା ୧୫ ତାରିଖ ସୁଦ୍ଧା ସାରିବାକୁ ଥିବାବେଳେ ୧୮ ତାରିଖ ସୁଦ୍ଧା ସେମାନଙ୍କ ଫର୍ମ ଫିଲପ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗ୍ରୀଷ୍ମ ଅବକାଶ ପରେ ଦ୍ବିତୀୟ ସେମିଷ୍ଟାର ଫାଇନାଲ ପରୀକ୍ଷା କରାଯିବା ସହ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଆସନ୍ତା ୯ ତାରିଖ ସୁଦ୍ଧା ସାକ୍ଷାତକାର ସାରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od