Monday, February 24, 2025
Home Home ବୁଢ଼ାରଜା ଛକରେ ବଢୁଛି ଦୁର୍ଘଟଣା

ବୁଢ଼ାରଜା ଛକରେ ବଢୁଛି ଦୁର୍ଘଟଣା

by
0 comment

ସୋନପୁର,୫।୭(ମୃତ୍ୟୁଞ୍ଜୟ ଶତପଥୀ): ଗମନାଗମନ ଦୃଷ୍ଟିରୁ ସୁବର୍ଣ୍ଣପୁର ସହରର ବୁଢାରଜା ଛକ ବେଶ ଗୁରୁତ୍ୱପୂର୍ଣ୍ଣ। ସମ୍ବଲପୁର, ବରଗଡ ଓ ବୀରମହାରାଜପୁର ପଟୁ ସୋନପୁର ସହରକୁ ଏହି ଛକ ଦେଇ ଲୋକେ ପ୍ରବେଶ କରନ୍ତି। ସମ୍ବଲପୁରରୁ ବହୁ ଲୋକ ଏହି ରାସ୍ତା ଦେଇ ଭୁବନେଶ୍ୱର ଯିବା ଆସିବାକରନ୍ତି। ବଲାଙ୍ଗୀର ଓ ଭୁବନେଶ୍ୱର ପଟୁ ପ୍ରତ୍ୟହ ଶତାଧିକ ଟ୍ରକ୍‌ ଏହି ଛକ ଦେଇ ସମ୍ବଲପୁର ଓ ଝାରସୁଗୁଡାକୁ ଯାଉଛି। ତେଣୁ ବୁଢାରଜା ଛକ ସହରର ଅନ୍ୟତମ ବ୍ୟସ୍ତବହୁଳ ଛକ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ୪ଟି ରାସ୍ତାକୁ ସଂଯୋଗ କରୁଥିବା ଏହି ଛକକୁ ସେହିଭଳି ଭାବେ ଓସାରିଆ କରାଯିବା କଥା। କିନ୍ତୁ ଏହି ଛକଟି ମୁକୁଳା ପଡିଛି। ୪ ଥାକିଆ ନୂତନ ରାସ୍ତା ନିର୍ମାଣ ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଠିକ୍‌ ଭାବେ ଡିଜାଇନିଂ ହୋଇନି। ତେଣୁ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଏହି ଛକରେ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ହୋଇନି କି ଟ୍ରାଫିକ୍‌ ସିଗନାଲ୍‌ ଲାଇଟ୍‌ ମଧ୍ୟ ଲଗାଯାଇନି। ଜବରଦଖଲକାରୀମାନେ ଟ୍ରାଫିକ୍‌ ଛକ ଉପରକୁ ମାଡି ଆସୁଛନ୍ତି। ଅଣଓସାରିଆ ଏହି ଛକ ଚାରିପଟୁ ଟ୍ରକ୍‌୍‌୍‌, ବସ ଓ କାର ଏକ ସଙ୍ଗରେ ମାଡି ଆସୁଛନ୍ତି। ସମୟ ସମୟରେ ଜଣେ ଗୃହରକ୍ଷୀ ଏଠାରେ ଜଗୁଛନ୍ତି। ମାତ୍ର ଏହା ଯଥେଷ୍ଟ ହେଉନି। ସହର କଳେବର ବୃଦ୍ଧି ପାଇବା ପରେ ଛକର ଗୁରୁତ୍ୱ ବଢିଛି। ଏହି ଛକ ଦେଇ ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ, ସାହାରା ଟ୍ରଷ୍ଟ ହାଇସ୍କୁଲ ଓ ଜାଭିୟର ଇଣ୍ଟର ନ୍ୟାସନାଲ ସ୍କୁଲକୁ ଛାତ୍ରୀଛାତ୍ର ଏହି ରାସ୍ତାରେ ଅସୁରକ୍ଷିତ ଭାବେ ଯିବା ଆସିବା କରୁଛନ୍ତି। ଏହି ଛକକୁ ଓସାରିଆ କରିବା ସହ ଟ୍ରାଫିକ୍‌ ପୋଷ୍ଟ ପ୍ରତିଷ୍ଠା, ଟ୍ରାଫିକ୍‌ ପୋଲିସ ମୁତୟନ ଓ ସିଗନାଲ୍‌ ଲାଇଟ୍‌ ଲଗାଇବା ପାଇଁ ବାରମ୍ବାର ଦାବି ହୋଇଆସୁଛି। ମାତ୍ର ଜିଲା ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।

ଷ୍ଟ୍ରେଚରରେ ୨ କି.ମି. ବୁହାହେଲେ ରୋଗୀ

ସାଲେପୁର,୫।୭(ଅରବିନ୍ଦ ଭୂୟାଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ରାସ୍ତାଗୁଡିକୁ ପକ୍କା କରିବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ…

ରୂପାନ୍ତରୀକରଣ ପାଇଁ ଅନେକ ଲକ୍ଷ ଟଙ୍କା ବରବାଦ

ଖଣ୍ଡପଡ଼ା,୫ା୭(ଅଜୟ କୁମାର ମହାରଣା): କଣ୍ଟିଲୋ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଆବଶ୍ୟକ ଶ୍ରେଣୀଗୃହ ଅଭାବ ଯୋଗୁ ଛାତ୍ରୀମାନଙ୍କୁ ସେକ୍ସନରେ ବିଭକ୍ତ…

ବିଷ ପିଇଦେଲେ ଶାଳୀ, ଭିଣୋଇ

ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ…

ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ

କଟକ,୪ା୭(କାର୍ତ୍ତିକ ସାହୁ): ପୁରୀ ତହସିଲ ଅଧୀନ ଚନ୍ଦନପୁର ଆର୍‌ଆଇ ସର୍କଲର ସହକାରୀ ଆର୍‌ଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ମାମଲାରେ ଗୁରୁବାର ଗିରଫ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od