Sunday, January 19, 2025
Home Latest ବିହାରରେ ବିକ୍ଷୋଭକାରୀ ଭାବି ଏସଡିଏମଙ୍କୁ ପିଟିଦେଲେ କନଷ୍ଟେବଳ

ବିହାରରେ ବିକ୍ଷୋଭକାରୀ ଭାବି ଏସଡିଏମଙ୍କୁ ପିଟିଦେଲେ କନଷ୍ଟେବଳ

by
0 comment

ବିହାରରେ ବିକ୍ଷୋଭକାରୀ ଭାବି ଏସଡିଏମଙ୍କୁ ପିଟିଦେଲେ କନଷ୍ଟେବଳ

ପଟନା: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର ) ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଅନ୍ୟ ରାଜ୍ୟ ଅପେକ୍ଷା ଭାରତ ବନ୍ଦର ବ୍ୟାପକ ପ୍ରଭାବ ବିହାରର ପାଟନାରେ ଦେଖିବାକୁ ମିଳିଛି। ବିହାରରେ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଆସିଥିବା ଜଣେ କନଷ୍ଟେବଳ, ଏସଡିଏମଙ୍କୁ ଲାଠି ମାଡ଼ କରିଥିବା ଖବର ସାମ୍ନାକୁ ଆସିଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

କୁହାଯାଉଛି ଯେ, କନଷ୍ଟେବଳ ଅଜାଣତରେ ଏସଡିଏମଙ୍କ ଉପରକୁ ଲାଠି ଚଳାଇବା ଦେଖି ବରିଷ୍ଠ ପୁଲିସ ଅଧିକାରୀ ଆସି ତାଙ୍କୁ ଅଟକାଇଥିଲେ। ଏହା ପରେ ଏସଡିଏମ ମଧ୍ୟ କନଷ୍ଟେବଳଙ୍କ ଏଭଳି କାମ ଦେଖି ବିରକ୍ତ ହୋଇଥିଲେ। ଏସଡିଏମ ବୋଲି ଜାଣିବା ପରେ କନଷ୍ଟେବଳ ତାଙ୍କୁ କ୍ଷମା ମାଗିବାରୁ ଘଟଣାର ସାମଧାନ ହୋଇଥିଲା। ଏବେ ଏହି ଘଟଣାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

SDM saahab ko hi koot diya patna main 🤣🤣 (0.6 – 0.9)

मैं इस कार्यवाही की निंदा करता हूं

😂🤣😂

#BharatBandh pic.twitter.com/xF3yPMpZZS

— Bipin Gupta y24 (@Bipiny241) August 21, 2024

ସୂଚନା ମୁତାବକ, ଭାରତ ବନ୍ଦ ସମୟରେ, ଡିଜେ ଏବଂ ଠେଲା ଗାଡ଼ି ସହିତ ଡାକ ବଙ୍ଗଳା ଛକ ନିକଟରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରୁଥିଲେ। ଭିଡ଼କୁ ରୋକିବା ପାଇଁ ପୁଲିସ କର୍ମଚାରୀମାନେ ଲାଠିଚାର୍ଜ କରିବା ଆରମ୍ଭ କରିଥିଲେ। ଏହି ସମୟରେ, ଜଣେ ଏସଡିଏମ ଠେଲା ଗାଡ଼ି ଉପରେ ଥିବା ଜେନେରେଟର ବନ୍ଦ କରିବାକୁ ବିକ୍ଷୋଭକାରୀଙ୍କୁ କହୁଥିଲେ। ଜଣେ କନଷ୍ଟେବଳ ତାଙ୍କୁ ଚିହ୍ନି ନପାରି ତାଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଦେଇଥିଲେ। ଭାଇରାଲ ଫଟୋ ଓ ଭିଡିଓରେ ଏସଡିଏମ ଧଳା ସାର୍ଟ ପିନ୍ଧିଥିବା ଦେଖାଯାଉଛି। ତେବେ କନଷ୍ଟେବଳମାନେ ଏସଡିଏମଙ୍କୁ ପିଟୁଥିବା ଦେଖି ବରିଷ୍ଠ ପୁଲିସ ଅଧିକାରୀ ତୁରନ୍ତ ଯାଇ କନଷ୍ଟେବଳଙ୍କୁ ଅଟକାଇଥିଲେ ଏବଂ ଏସଡିଏମଙ୍କ ପରିଚୟ ଦେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od