Thursday, February 13, 2025
Thursday, February 13, 2025
Home Latest ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

by
0 comment

ବୀରମିତ୍ରପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୀରମିତ୍ରପୁର ନିକଟସ୍ଥ ଜଲଙ୍ଗବିରା ଗ୍ରାମପଞ୍ଚାୟତର ଶାସନଟୋଲି ଵସ୍ତିରେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଲଙ୍ଗବିରା ଶାସନଟୋଲି ଵସ୍ତିର କ୍ରୀଷ୍ଣା ନାଗବଂଶୀଙ୍କ ସ୍ତ୍ରୀ ବସ୍ତି ନିକଟରେ ଥିବା ଜଙ୍ଗଲରୁ ଛତୁ ଗୋଟେଇ ଘରକୁ ନେଇଥିଲେ। ରାତିରେ ସେଇ ଛତୁ ରାନ୍ଧି ତାଙ୍କ ସ୍ୱାମୀ ଓ ଛୁଆମାନଙ୍କୁ ଖାଇବାକୁ ଦେଇଥିଲେ। ଛତୁ ତରକାରୀ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଛତୁ ଖାଇଥିବା ସମସ୍ତଙ୍କ ଅବସ୍ଥା ଖରାପ ହେବାରୁ ସମସ୍ତଙ୍କୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। ସେଠାରେ କ୍ରୀଷ୍ଣା ନାଗବଂଶୀ (୪୦),ତାଙ୍କ ଝିଅ କବିତା (୧୨), ପୁଅ  ବିରାଜ (୧୦) ଓ କବିର (୮)ଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ଡାକ୍ତରଖାନା ସୁତ୍ରରୁ ପ୍ରକାଶ। ଘଟଣା ସମ୍ପର୍କରେ ସୂଚନା ପାଇଁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସିକ ଡାକ୍ତର ଶ୍ରୀମନ୍ତ ପଟନାୟକ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଶାସନ ଟୋଲି ବସ୍ତି ପଠାଇ ବସ୍ତିଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି। ଏହି ଘଟଣା ବୀରମିତ୍ରପୁର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od