Thursday, February 13, 2025
Thursday, February 13, 2025
Home Home Left ବିଶ୍ୱ ରେକର୍ଡ କଲା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ! ଗୋଟିଏ ଦିନରେ ହେଲା ୧,୯୭୧ କୋଟିର କାରବାର

ବିଶ୍ୱ ରେକର୍ଡ କଲା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ! ଗୋଟିଏ ଦିନରେ ହେଲା ୧,୯୭୧ କୋଟିର କାରବାର

by
0 comment

ନୂଆଦିଲ୍ଲୀ,୫।୬: ବୁଧବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏନ୍‌ଏସ୍‌ଇ ଏମଡି ତଥା ସିଇଓ ଆଶିଷକୁମାର ଚୌହାନ ଏକ୍ସ ପ୍ଲାଟଫର୍ମରେ ଏହା କହିଛନ୍ତି।

ବୁଧବାର, ବେଞ୍ଚମାର୍କ ଇକ୍ୱିଟି ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଛି। ଯାହା ଆଶା କରାଯାଉଥିବା ଲୋକସଭା ର୍ନିବାଚନ ୨୦୨୪ ଫଳାଫଳ ପରେ ବଡ ହ୍ରାସ ପାଇଥିଲା। ତେବେ ପରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ପରିତକ୍ଷିତ ହୋଇଛି।

ମଙ୍ଗଳବାରର ହ୍ରାସ ପରେ ସୂଚକାଙ୍କ ବାଉନ୍ସ କରିଛି। ବ୍ୟାଙ୍କିଙ୍ଗ, ଅଟୋ ଏବଂ ତେଲ ଶେୟାରରେ ମୂଲ୍ୟ କ୍ରୟ ପରେ ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନସେକ୍ସ ୨,୩୦୩.୧୯ ପଏଣ୍ଟ (୩.୨୦%) ବୃଦ୍ଧି ପାଇଥିଲା। ସେହିଭଳି ଏନ୍‌ଏସ୍‌ଇ ନିଫ୍ଟି ୭୩୫.୮୫ ପଏଣ୍ଟ (୩.୩୬%) ବୃଦ୍ଧି ପାଇ ୨୨,୬୨୦.୩୫ ରେ ପହଞ୍ଚିଛି।

୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏନଡିଏ ୨୭୨ ର ସଂଖ୍ୟାଗରିଷ୍ଠତାଠାରୁ ଆଗରେ ରହିଛି। ତଥାପି, ୨୦୧୪ ପରଠାରୁ ବିଜେପି ପ୍ରଥମ ଥର ପାଇଁ ମ୍ୟାଜିକ ନମ୍ବରରୁ ହ୍ରାସ ପାଇଛି ଏବଂ ସରକାର ଗଠନ ପାଇଁ ଭାରପା ଏହାର ସହଯୋଗୀମାନଙ୍କ ଉପରେ ର୍ନିଭରଶୀଳ।

ସମସ୍ତ ୫୪୩ ଲୋକସଭା ର୍ନିବାଚନମଣ୍ଡଳୀ ପାଇଁ ଭାରତୀୟ ର୍ନିବାଚନ ଆୟୋଗ (ଇସିଆଇ) ଫଳାଫଳ ଘୋଷଣା କରିଛି। ଭାଜପା ୨୪୦ ଟି ଆସନ ଏବଂ କଂଗ୍ରେସ ୯୯ ଟି ଜିତିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od