Saturday, February 1, 2025
Home cricket ‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

by
0 comment

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ ଦୁବାଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଜାଡେଜା ଘରୋଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଜାଡେଜା ସୌରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଖେଳିବେ। ଜାନୁଆରୀ ୨୩ ତାରିଖରେ ସେ ଦିଲ୍ଲୀ ଦଳ ବିପକ୍ଷରେ ’ବିରାଟ’ଙ୍କ ସହିତ ପଡ଼ିଆକୁ ଓହ୍ଲାଇବେ ଏବଂ ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜାଡେଜା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜାଡେଜା ରଣଜୀ ଟ୍ରଫି ମ୍ୟାଚ୍‌ରେ ବିରାଟଙ୍କ ଜର୍ସି ପିନ୍ଧିବାକୁ ଯାଉଛନ୍ତି। ଏବେ ଆପଣ ଭାବୁଥିବେ ଯେ ଏହା କିପରି ହୋଇପାରିବ? ଆସନ୍ତୁ ଜାଣିବା…

ଜାନୁଆରୀ ୨୩ରେ ସୌରାଷ୍ଟ୍ର ଏବଂ ଦିଲ୍ଲୀ ଦଳ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରେ ପରସ୍ପର ସହ ମୁହାଁମୁହିଁ ହେବେ। ଜାଡେଜା ସୌରାଷ୍ଟ୍ର ପାଇଁ ଖେଳିବେ। ବିରାଟ କୋହଲି ଦିଲ୍ଲୀ ପାଇଁ ରଣଜୀ ଖେଳିଥାନ୍ତେ କିନ୍ତୁ ତାଙ୍କ ବେକରେ ଆଘାତ ଲାଗିଛି। ଏପରି ପରିସ୍ଥିତିରେ, ସେ ରଣଜୀ ମ୍ୟାଚ ଖେଳିପାରିବେ ନାହିଁ ସତ ହେଲେ ଘରୋଇ ଟୁର୍ନାମେଣ୍ଟରେ ତାଙ୍କ ନାମ ଶୁଣିବାକୁ ମିଳିବ।

E8c72483 36dd 42be 88ed 8faf7316a598

କହିବାକୁ ଗଲେ ଜାନୁଆରୀ ୨୨ ବୁଧବାର ଜାଡେଜା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଏକ ଜର୍ସି ଦୃଶ୍ୟମାନ ହେଉଛି। ଏଥିରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଲୋଗୋ ମୁଦ୍ରିତ ହୋଇଛି। ଏଥିରେ ଇଂରାଜୀରେ ବଡ଼ ଆକାରରେ ’ସୌରାଷ୍ଟ୍ର’ ଶବ୍ଦ ମଧ୍ୟ ଲେଖାଯାଇଛି। ଏହା ବ୍ୟତୀତ ଜାଡେଜାଙ୍କ ଜର୍ସିରେ ଇଂରାଜୀରେ VIRAT ମଧ୍ୟ ଲେଖାଯାଇଛି। ଫଟୋ ସହିତ ଜାଡେଜା ଅଲ୍‌ ସେଟ୍‌ ଏବଂ #ରଣଜୀ ଲେଖିଛନ୍ତି। ଏହାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଜାଡେଜା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଜର୍ସି ନୁହେଁ, ବରଂ ୍‌‘ବିରାଟ’ ଲେଖାଥିବା ଜର୍ସି ପିନ୍ଧି ମ୍ୟାଚ ଖେଳିବେ।

ଦିଲ୍ଲୀ ଏବଂ ସୌରାଷ୍ଟ୍ର ମଧ୍ୟରେ ମ୍ୟାଚ୍‌ ଜାନୁଆରୀ ୨୩ ତାରିଖ ସକାଳ ୯.୩୦ ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଆରମ୍ଭ ହେବ। ଜାଡେଜା ଦୁଇ ବର୍ଷ ପରେ ରଣଜୀ ଟ୍ରଫିରେ ପୁନରାଗମନ କରୁଛନ୍ତି। ସେ ଶେଷ ଥର ପାଇଁ ଜାନୁଆରୀ ୨୦୨୩ ରେ ଏହି ଘରୋଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od