Wednesday, January 15, 2025
Home Latest ବିବାହରେ ଗୀତ ଗାଇଥିଲେ ବି ମିକାଙ୍କୁ ଏହି ଜିନିଷ ଦେଇନଥିଲେ ଅନନ୍ତ

ବିବାହରେ ଗୀତ ଗାଇଥିଲେ ବି ମିକାଙ୍କୁ ଏହି ଜିନିଷ ଦେଇନଥିଲେ ଅନନ୍ତ

by
0 comment

ମୁମ୍ବାଇ: ଅନେକ ସମୟରେ ନିଜ ଗୀତ ପାଇଁ ବିବାଦରେ ରହିଥାନ୍ତି ବଲିଉଡ ଗାୟକ ମିକା ସିଂ। ସେ ନିଜ ମନଖୋଲା ମନ୍ତବ୍ୟ ପାଇଁ ସର୍ବଦା ଲାଇମଲାଇଟରେ ରହନ୍ତି। କିଛି ମାସ ପୂର୍ବରୁ ମିକା ସିଂ ଦେଶର ସବୁଠୁ ବଡ଼ ବିବାହରେ ସଙ୍ଗୀତ ପରିବେଶଣ କରିଥିଲେ। ବିବାହଟି ଥିଲା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର। ବିବାହରେ ସେ ଗୀତ ଗାଇଥିଲେ ବି ଅନ୍ୟ ଅତିଥିଙ୍କୁ ମିଳିଥିବା ଉପହାର ତାଙ୍କୁ ମିଳିନଥିବାରୁ ସେ ଖୁସି ନଥିବା ଜଣାଇଛନ୍ତି। ଏକ ସାକ୍ଷାତକାରରେ ସେ ଏହା ବିଷୟରେ ଜଣାଇଛନ୍ତି।

ଜାତୀୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ଲଲନଟପକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ମୁଁ ଅନନ୍ତ ଅମ୍ବାନୀଙ୍କ ବିବାହରେ ସଙ୍ଗୀତ ପରିବେଶଣ କରିବାକୁ ଯାଇଥିଲି। ସେଠାରେ ସେ ସମସ୍ତଙ୍କୁ ବହୁତ ଟଙ୍କା ବାଣ୍ଟିଥିଲେ ଏବଂ ମୋତେ ମଧ୍ୟ ଦେଇଥିଲେ। କିନ୍ତୁ ମୁଁ ଗୋଟିଏ ଜିନିଷ ଉପରେ କ୍ରୋଧିତ ଯେ ଅନ୍ୟ ଘନିଷ୍ଠ ଲୋକମାନେ ପାଇଥିବା ଘଣ୍ଟା ମୁଁ ପାଇଲି ନାହିଁ। ସାକ୍ଷାତକାରରେ ମିକା, ଅନନ୍ତ ଅମ୍ବାନୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ଯେ, ଭାଇ, ଯଦି ତୁମେ ଦେଖୁଛ ତେବେ ମୁଁ ତୁମକୁ ଅନୁରୋଧ କରୁଛି ଯେ ମୁଁ ତୁମର ସାନ ଭାଇ। ଦୟାକରି ମୋ ପାଇଁ ମଧ୍ୟ ଏକ ଘଣ୍ଟା ପଠାନ୍ତୁ।”

ସଙ୍ଗୀତ ପରିବେଶଣ ପାଇଁ ମିଳିଥିବା ପାରିଶ୍ରମିକ ବିଷୟରେ କହିବାକୁ ଯାଇ ସେ କହିଥିଲେ, “କେତେ ଟଙ୍କା ମିଳିଥିଲା ତାହା କହିହେବ ନାହିଁ। କିନ୍ତୁ ୫ବର୍ଷ ଚଳିଯିବା ଭଳି ଟଙ୍କା ମୋତେ ମିଳିଥିଲା।”

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od